Image Courtesy of India Today
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶରେ ନିର୍ମିତ ପ୍ରଥମ ଲଢୁଆବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ନୌସେନାରେ ସାମିଲ କରିବା ପରେ ‘ଏଆଇସିସି’ ସାଧାରଣ ସଚିବ ଜୟରାମ ରମେଶ ଟୁଇଟ୍ କରି ପଚାରିଛନ୍ତି, ‘ଆଇଏନ୍ଏସ୍ ବିକ୍ରାନ୍ତ’ ଯେ ୧୯୯୯ ମସିହାରୁ ସବୁ ସରକାରଙ୍କ ସମ୍ମିଳିତ ଉଦ୍ୟମ ବୋଲି ପ୍ରଧାନମନ୍ତ୍ରୀ ସ୍ବୀକାର କରିବେ କି?
ଟୁଇଟ୍ କରି ସେ ଲେଖିଛନ୍ତି, ଆଜି ନୌସେନାରେ ସାମିଲ କରାଯାଇଥିବା ଭାରତର ପ୍ରଥମ ସ୍ବଦେଶୀ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିକ୍ରାନ୍ତ’ ହେଉଛି ୧୯୯୯ଠାରୁ ସମସ୍ତ ସରକାରଙ୍କର ସମ୍ମିଳିତ ଉଦ୍ୟମର ପରିଣାମ। ପ୍ରଧାନମନ୍ତ୍ରୀ ଏକଥା ସ୍ବୀକାର କରିବେ କି? ଚାଲନ୍ତୁ, ୧୯୭୧ ଯୁଦ୍ଧରେ ଆମ ସେବାରେ ନିୟୋଜିତ ହୋଇଥିବା ମୂଳ ‘ଆଇଏନ୍ଏସ୍ ବିକ୍ରାନ୍ତ’ କଥା ସ୍ମରଣ କରିବା। ଏହାକୁ ଇଂଲଣ୍ଡ୍ରୁ ଆଣିବାରେ ବହୁ ସମାଲୋଚିତ କୃଷ୍ଣ ମେନନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Image Courtesy of India Todayଭାରତ-ପାକିସ୍ତାନ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମୂଳ ‘ଆଇଏନ୍ଏସ୍ ବିକ୍ରାନ୍ତ’କୁ ୧୯୯୦ ଶେଷ ଭାଗରେ ନୌସେନାରୁ ସେବାନିବୃତ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାରେ ସାମିଲ କରିଥିବା ବିମାନବାହୀ ‘ଆଇଏନ୍ଏସ୍ ବିକ୍ରାନ୍ତ’ର ଡିଜାଇନ୍ ଓ ନିର୍ମାଣ ୨୦୦୩ରେ ମଞ୍ଜୁର କରାଯାଇଥିଲା ଏବଂ ୨୦୧୩ ଅଗଷ୍ଟ ୧୨ ତାରିଖ ଦିନ କୋଚିରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
Follow Us