୨୩ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ ସୁପାରିସ: ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇନଥିବା ବିଚାରପତିଙ୍କୁ ବଦଳି

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ଆଜି ୮ ହାଇକୋର୍ଟର ୨୩ ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ଗୁଜରାଟ ହାଇକୋର୍ଟର ୪ ବିଚାରପତି, ପଂଜାବ ଏବଂ ହରିୟାଣା ହାଇକୋର୍ଟର ୪ ବିଚାରପତି , ଆହ୍ଲାବାଦ ହାଇକୋର୍ଟର ୪ ବିଚାରପତି, ଆନ୍ଧ୍ରପ୍ରଦେଶ ହାଇକୋର୍ଟର ୨ ବିଚାରପତି, କାଲକାଟା ହାଇକୋର୍ଟର ୩ ବିଚାରପତି , ତେଲେଙ୍ଗାନା ହାଇକୋର୍ଟର ୩ ବିଚାରପତି, ପାଟନା ହାଇକୋର୍ଟର ଜଣେ ଏବଂ କର୍ଣ୍ଣାଟକ ହାଇକୋର୍ଟର ୨ ଜଣ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମଙ୍କର ଏହି ବଦଳି ତାଲିକାରେ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ହେମନ୍ତ ଏମ୍‌ ପ୍ରଚାରକ ଅଛନ୍ତି। ରାହୁଲଙ୍କ ଦଣ୍ଡାଦେଶ ଉପରେ ସେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ।

ଜଷ୍ଟିସ ପ୍ରଚାରକଙ୍କୁ ପାଟନା ହ‌ାଇକୋର୍ଟ ବଦଳି କରାଯିବାକୁ କଲେଜିୟମ ସୁପାରିସ କରିଛି। ଜଷ୍ଟିସ ଗୀତା ଗୋପି ମାନହାନି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ଆବେଦନକୁ ବିଚାରକୁ ନେଇନଥିଲେ ଏବଂ ଜଷ୍ଟିସ ସମୀର ଜେ ଡାଭେ ସାମାଜିକ କର୍ମୀ ତିସ୍ତା ଶିତଲୱାଡ଼ଙ୍କ ମାମଲାର ଶୁଣାଣିରୁ ଓହରି ଯାଇଥିଲେ। ଏହି ଦୁଇ ବିଚାରପତିଙ୍କୁ ମଧ୍ୟ ବଦଳି କରାଯାଇଛି। ଜଷ୍ଟିସ ଡାଭେଙ୍କର ରାଜସ୍ଥାନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଥିବାବେଳେ ଜଷ୍ଟିସ ଗୀତା ଗୋପିଙ୍କୁ ମାଡ୍ରାସ ହାଇକୋର୍ଟ ବଦଳି ପାଇଁ ସୁପାରିସ କରାଯାଇଛି। ସେହିପରି ଗୁଜରାଟ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ଜଷ୍ଟିସ ଅଳ୍ପେଶ ୱାଇ କୋଗଜେଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି।

ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ଏଏସ୍‌ ସଙ୍ଗୱାନ୍‌, ଅବନୀଶ ଝିଙ୍ଗନ, ଆରଏମ୍‌ ସିଂହ ଏବଂ ଅରୁଣ ମୋଙ୍ଗାଙ୍କୁ ଯଥାକ୍ରମେ ଆହ୍ଲାବାଦ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଥିବା ବେଳେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଭିକେ ସିଂହ ମାଡ୍ରାସ ହାଇକୋର୍ଟକୁ ବଦଳି ହେବେ। ଗତ ଅଗଷ୍ଟ ୩ ତାରିଖରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଂଜୟ କିଶନ କୌଲ, ଜଷ୍ଟିସ ସଂଜୀବ ଖାନ୍ନା, ଜଷ୍ଟିସ ବି.ଆର୍‌ ଗୱାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କଲେଜିୟମ ବୈଠକରେ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe