Image Source: India Today
ନୂଆଦିଲ୍ଲୀ: ପ୍ରସ୍ତାବିତ ନାଁ’କୁ କେନ୍ଦ୍ର ସରକାର ଫେରାଇଦେବାର ଦିନକ ପରେ ସୁପ୍ରିମ୍ କୋର୍ଟ କଲେଜିୟମ୍ ପୁଣି ଥରେ ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଏଏସ୍ ବୋପାନ୍ନାଙ୍କୁ ଶୀର୍ଷ ଅଦାଲତର ବିଚାରପତି କରାଇବା ପାଇଁ ନାଁ ପଠାଇଛନ୍ତି।
ପ୍ରସ୍ତାବିତ ଦୁଇ ବିଚାରପତିଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଉଠାଇ ଥିବା ଆପତ୍ତିକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି।
ଏପ୍ରିଲ୍ ୧୨ ତାରିଖ ଦିନ ସୁପ୍ରିମ୍ କୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅନିରୁଦ୍ଧ ବୋଷ ଏବଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏଏସ୍ ବୋପନ୍ନାଙ୍କ ନାମ ସୁପାରିସ କରିଥିଲେ।
ଗତବର୍ଷ ସରକାର ଜଷ୍ଟିସ୍ ବୋଷଙ୍କ ନାମ କଲେଜିୟମ୍କୁ ଫେରାଇ ଦେଇଥିଲେ। ତାଙ୍କୁ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ କରାଯାଇଥିବା ସୁପାରିସ କରାଯାଇଥିଲା।
କେନ୍ଦ୍ର ସରକାକରଙ୍କ ଆପତ୍ତିକୁ ଟାଳିବା ବେଳେ ସୁପ୍ରିମ୍ କୋର୍ଟ କହିଥିଲେ ଯେ କେବଳ ବରିଷ୍ଠତା ନୁହେଁ ଯୋଗ୍ୟତା ମଧ୍ୟ ଦେଖାଯିବା କଥା।
Follow Us