କଲମ୍ବୋ ପୁଣି ଅଶାନ୍ତ

Advertisment
କଲମ୍ବୋ ପୁଣି ଅଶାନ୍ତ

The New York Times

କଲମ୍ବୋ: ରାନିଲ ବିକ୍ରମସିଂଘେ ଆଜି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏହି ଖବର ପ୍ରସାରଣ ହେବା ମାତ୍ରେ ଶ୍ରୀଲଙ୍କାରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଛି। ଶ୍ରୀଲଙ୍କା ସଚିବାଳୟ ବାହାରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ରୁଣ୍ଡ ହୋଇ ବିକ୍ରମସିଂଘେଙ୍କ ଇସ୍ତଫା ଦାବି କରିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି, ସେମାନେ ରାନିଲ ଏବଂ ଗୋଟାବାୟା ରାଜପକ୍ଷଙ୍କ ମଧ୍ୟରେ ସମାନ ଅପାରଗତା ଓ ସମାନ ଦୁର୍ନୀତି ଦେଖିଛନ୍ତି। ତେଣୁ ସେମାନେ ରାନିଲ ବିକ୍ରମସିଂଘେଙ୍କ ଇସ୍ତଫା ଦାବି କରିଛନ୍ତି। ରାନିଲ ଇସ୍ତଫା ନ‌ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଆବଶ୍ୟକ ହେଲେ ମାସ ମାସ ଧରି ଆନ୍ଦୋଳନ ଚାଲିବ ଏବଂ ବିକ୍ରମସିଂଘେ ପଦ ନଛାଡ଼ିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଏକ ନାଗରିକ କମିଟି ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ, ସରକାର ବିରୋଧୀ ଆନ୍ଦୋଳନକାରୀ ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦେଶ ଛାଡ଼ିବାପାଇଁ ବାଧ୍ୟ କରିଥିଲେ। ସେମାନେ ଗୋଟାବାୟା‌ଙ୍କ ଉତ୍ତରାଧିକାରୀ ରାନିଲ ବିକ୍ରମସିଂଘେଙ୍କୁ ମଧ୍ୟ ସମାନ ଢଙ୍ଗରେ ଘେରିବେ ବୋଲି କହିଛନ୍ତି। ପୂର୍ବରୁ ଆନ୍ଦୋଳନକାରୀ ରାନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe