୧୫୦୦ ଫୁଟ୍‌ ଉଚ୍ଚରୁ ଡେଇଁଲେ ୬୮ବର୍ଷର ଅବସରପ୍ରାପ୍ତ କର୍ଣ୍ଣେଲ

୧୫୦୦ ଫୁଟ୍‌ ଉଚ୍ଚରୁ ଡେଇଁଲେ ୬୮ବର୍ଷର ଅବସରପ୍ରାପ୍ତ କର୍ଣ୍ଣେଲ

ପୁଣେ: ମନରେ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ ବୋଲି କଥାରେ ଅଛି। ତେବେ ଏହି ଉକ୍ତିର ଏକ ପ୍ରାମଣ ପୁଣିଥରେ ଦେଖିବାକୁ ମିଳିଛି। ଏହାକୁ ଜଣେ ୬୮ବର୍ଷର ଅବସରପ୍ରାପ୍ତ କର୍ଣ୍ଣେଲ ବିଶ୍ୱାସ ଭାସ୍କର ଶିବ ସିନ୍ଦେ ପ୍ରମାଣ କରି ଦେଖାଇଛନ୍ତି।

କର୍ଣ୍ଣେଲ ସିନ୍ଦେ ଦିଘା ଫାୟାରିଙ୍ଗ ରେଞ୍ଜର କଲେଜ ଅଫ ମିଳିଟାରି ଇଞ୍ଜିନିୟରିଂର ପ୍ଲେଟିନମ୍‌ ଜୁବଲି ସମାରୋହରେ ୧୫୦୦ଫୁଟ ଉଚ୍ଚରୁ ପେରା ଜମ୍ପିଂ କରିଛନ୍ତି।

ଅଫିସର ସିନ୍ଦେ ଭାରତୀୟ ସେନାର ୨୧ପେରାସୁଟ ବାଟାଲିୟନ୍‌ର କମାଣ୍ଡିଙ୍ଗ୍‌ ଅଫିସର ଥିଲେ। ଏହି ବାଟାଲିୟନ୍‌ ୨୦୧୫ରେ ମୟାମରରେ ଫ୍ରାନ୍ସ ବର୍ଡର ଅପରେସନ୍‌ରେ ସାମିଲ ଥିଲା। ସିନ୍ଦେଙ୍କ କହିବାନୁସାରେ, ୨୦୦୫ରେ ସେ ସେନାରୁ ଅବସର ନେଇଥିଲେ। ଏହାପରେ ସେ ସ୍ଥିର କରିଥିଲେ କି ପ୍ରତିବର୍ଷ ସେ ଯେମିତି ହେଲେ ପେରା ଜମ୍ପିଂ ନିଶ୍ଚୟ କରିବେ। ଗତବର୍ଷ ଆଗ୍ରାରେ କରିଥିଲେ ଚଳିତ ବର୍ଷ ଦୀଘାରେ ଫାୟାରିଂ ରେଞ୍ଜରେ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe