Image Courtesy of NDTV
କିବ୍: ୟୁକ୍ରେନ୍ରେ ରୁଷ୍ ଆକ୍ରମଣର ପରିସମାପ୍ତି ନିମନ୍ତେ ଆମେରିକୀୟ କୋଟପତି ଏଲନ୍ ମସ୍କ୍ ଦେଇଥିବା ପ୍ରସ୍ତାବକୁ ସମାଲୋଚନା କରିବା ସହିତ ତାଙ୍କୁ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ ଗସ୍ତରେ ଆସିବା ଲାଗି ଆମନ୍ତ୍ରଣ କରିଛନ୍ତି।
ବୁଧବାର ଦିନ ‘ଦି ନ୍ୟୁୟର୍କ ଟାଇମ୍ସ୍’ ଆୟୋଜନ କରିଥିବା କାର୍ଯ୍ୟକ୍ରମ ‘ଡିଲ୍ବୁକ୍ ସମିଟ୍’ରେ ଭିଡିଓ ଲିଙ୍କ୍ ଜରିଆରେ ପ୍ରକଟ ହୋଇ ସ୍ବାଧୀନଚେତା କୋଟିପତି ମସ୍କ୍ଙ୍କ ପ୍ରସ୍ତାବକୁ ବିଦ୍ରୂପ କରିଛନ୍ତି। ମସ୍କ୍ଙ୍କୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ମୋର ମନେହୁଏ, କେହି ହୁଏ ତ ତାଙ୍କୁ ଏଭଳି କହିବାକୁ କହିଛି ଅଥବା ସେ ଆପେ ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।
ରୁଷ୍ ଏଠାରେ କ’ଣ କରିଛି ଯଦି ଜାଣିବାକୁ ଚାହୁଁଛନ୍ତି ତେବେ, ୟୁକ୍ରେନ୍ ଆସି ନିଜେ ଦେଖିଯାଆନ୍ତୁ। ତା’ପରେ ଯାଇ ଆପଣ ମତେ କହିବେ ଏ ଯୁଦ୍ଧର କେମିତି ଅବସାନ ଘଟାଇବା। ଯୁଦ୍ଧ କିଏ ଆରମ୍ଭ କଲା ଓ ଯୁଦ୍ଧ କେମିତି ଶେଷ ହେବ।
Image Courtesy of The Hillସୂଚନାଯୋଗ୍ୟ, ‘ଟେସ୍ଲା’ ଏବଂ ‘ସ୍ପେସ୍ଏକ୍ସ୍’ର ସଂସ୍ଥାପକ ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଗତ ଅକ୍ଟୋବର ମାସରେ କରିଥିବା ପ୍ରସ୍ଥାବ ଉପରେ ତାଙ୍କର ୧୦୦ ନିୟୁତରୁ ଅଧିକ ଅନୁଗାମୀଙ୍କ ମତ ଲୋଡ଼ିଥିଲେ।
ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ ଜେଲେନ୍ସ୍କି ତାଙ୍କ ନିଜସ୍ବ ଟୁଇଟର୍ରେ ବିକଳ୍ପ ଦେଇ ପଚାରିଥିଲେ, ଆପଣମାନେ କେଉଁ ଏଲନ୍ ମସ୍କ୍ଙ୍କୁ ଅଧିକ ଚାହାଁନ୍ତି? ଯିଏ ୟୁକ୍ରେନ୍କୁ ସମର୍ଥନ କରୁଛନ୍ତି ନା, ଯିଏ ରୁଷ୍କୁ ସମର୍ଥନ କରୁଛନ୍ତି?
ସ୍ମରଣଯୋଗ୍ୟ, ପାଶ୍ଚତ୍ୟରାଷ୍ଟ୍ର ସପକ୍ଷବାଦୀ ରାଷ୍ଟ୍ର ୟୁକ୍ରେନ୍ରୁ ନାଜିବାଦର ପରିସମାପ୍ତି ନିମନ୍ତେ ଚଳିତ ବର୍ଷ ଫେବ୍ରୁଆରି ୨୪ ତାରିଖ ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ସେନା ପଠାଇଥିଲେ।
ନିକଟ ଅତୀତରେ ୟୁକ୍ରେନ୍ରୁ ଆଂଶିକ ସୈନ୍ୟ ଅପସାରଣ କରିବା ଓ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଧକମ ଦେବା ପରେ ପୁଟିନ୍ ଶତ୍ରୁତାର ଅବସାନ ନିମନ୍ତେ ରାଜିନାମା କରିବା ପ୍ରସ୍ତାବ ଦେଇଥିଲେ।
କିନ୍ତୁ, ପୁଟିନ୍ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ରୁଷ୍ ସହିତ ବୁଝାମଣା କରିବେ ନାହିଁ ବୋଲି ଜେଲେନ୍ସ୍କି କହିଥିଲେ।
Follow Us