କାଲି ଆସନ୍ତୁ କହି ‘ଏଫଆଇଆର୍‌’ ଖାରଜ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

Advertisment
କାଲି ଆସନ୍ତୁ କହି ‘ଏଫଆଇଆର୍‌’ ଖାରଜ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବାକୁ କହି ଆଜି ସୁପ୍ରିମ୍‌ କୋର୍ଟ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ନିଗମରେ ‌ଦୁର୍ନୀତିରେ ସମ୍ପୃକ୍ତି ଥିବା ଦର୍ଶାଇ ରାଜ୍ୟ ‘କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ’ (ସିଆଇଡି) ତାଙ୍କ ନାମରେ ଦେଇଥିବା ‘ଏଫ୍‌ଆଇଆର୍‌’ ରଦ୍ଦ କରିବା ଲାଗି ଶନିବାର ଦିନ ନାଇଡୁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ଆସନ୍ତାକାଲି ଆସନ୍ତୁ କହି ମଙ୍ଗଳବାର ସନ୍ଧ୍ୟା ବେଳେ ଏହି ମାମଲା ଉଲ୍ଲେଖ କରିବା ଲାଗି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ନାଇଡୁଙ୍କ ଓକିଲଙ୍କୁ କହିଛନ୍ତି।

publive-image Image Courtesy of The Financial Express

ଉଲ୍ଲେଖଯୋଗ୍ୟ, ଦକ୍ଷତା ବିକାଶ ନିଗମରେ ‌ଦୁର୍ନୀତି ମାମଲାରେ ତାଙ୍କ ନାଁରେ ପଞ୍ଜୀକୃତ କରାଯାଇଥିବା ‘ଏଫ୍‌ଆଇଆର୍‌’କୁ ଖାରଜ କରାଇବା ଲାଗି ନାଇଡୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ। କିନ୍ତୁ, ହାଇକୋର୍ଟ ତାଙ୍କର ଆବଦେନ ଖାରଜ କରିଦେବାରୁ ଶନିବାର ଦିନ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହାଛଡ଼ା, ହାଇକୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ରହଣି ସମୟ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରେ ନାଇଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବ‌େଳେ ‘ଦକ୍ଷତା ବିକାଶ ନିଗମ’ରେ ଅର୍ଥନୈତିକ ଦୁର୍ନୀତି ଯୋଗୁଁ ରାଜ୍ୟ ରାଜକୋଷର ୩୦୦ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଦର୍ଶାଇ ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ହେବା ପରେ ନଇଡୁଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। ପରେ ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ ଅଦାଲତ ଆଉ ୨ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ତାଙ୍କର ବିଚାର ବିଭାଗୀୟ ହାଜତ ରହଣି ବୃଦ୍ଧି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe