‘ଆଞ୍ଚଳିକ’ ବ୍ରାଣ୍ଡ୍‌କୁ ‘ବିଶ୍ୱସ୍ତରୀୟ’ କରିବା ପାଇଁ ଉପାୟ କରନ୍ତୁ: ‘ଆଇଆଇଏମ୍‌-ସମ୍ବଲପୁର’ର ଶିଳାନ୍ୟାସ କରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
‘ଆଞ୍ଚଳିକ’ ବ୍ରାଣ୍ଡ୍‌କୁ ‘ବିଶ୍ୱସ୍ତରୀୟ’ କରିବା ପାଇଁ ଉପାୟ କରନ୍ତୁ: ‘ଆଇଆଇଏମ୍‌-ସମ୍ବଲପୁର’ର ଶିଳାନ୍ୟାସ କରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ‘ଆଞ୍ଚଳିକ’ ବ୍ରାଣ୍ଡ୍‌ ସବୁକୁ ‘ବିଶ୍ୱସ୍ତରୀୟ’ ବ୍ରାଣ୍ଡ୍‌ରେ ପରିଣତ କରିବା ନିମନ୍ତେ କାର୍ଯ୍ୟ କରିବା ଉଚିତ ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ସ୍‌’ର (ଆଇଆଇଏମ୍‌) ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ୍‌’ର ସ୍ଥାୟୀ କ୍ୟାମ୍ପସ୍‌ର ଶିଳାନ୍ୟାସ କରିବା ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି।

ସେ କହିଲେ, ‘ଆଞ୍ଚଳିକ’କୁ ‘ବୈଶ୍ୱିକ’ରେ ପରିଣତ କରିବା ଲାଗି ‘ଆଇଆଇଏମ୍‌’ର ଛାତ୍ରଛାତ୍ରୀମାନେ ନୂଆ ନୂଆ ଉପାୟ କରିବା ଆବଶ୍ୟକ। ଦେଶରେ ୨୦ଟି ‘ଆଇଆଇଏମ୍‌’ ଅଛି। ମେଧାର ଏହି ବିରାଟ ଗୋଷ୍ଠୀ କଳ୍ପନା କରାଯାଇଥିବା ଆତ୍ମନିର୍ଭର ଭାରତ ନିମନ୍ତେ ସହାୟକ ହେବେ।
ସାମଗ୍ରିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ବିକାଶ ନିମନ୍ତେ ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ସମାଜର ସ୍ୱଳ୍ପ ସୁବିଧାପ୍ରାପ୍ତ ବର୍ଗଙ୍କୁ ଉପକୃତ କରିବ ବୋଲି ସୁନିଶ୍ଚିତ କରି ଛାତ୍ରଛାତ୍ରୀମାନେ ‘ବ୍ରାଣ୍ଡ୍‌ ଇଣ୍ଡିଆ’ରେ ଉପରେ ଧ୍ୟାନ ଦେବା ଆବଶ୍ୟକ।

publive-image

ଭାରତରେ ନୂତନ ମଲ୍‌ଟିନ୍ୟାସ୍‌ନାଲ୍‌ କର୍ପୋରେସନ୍‌’ଗୁଡ଼ିକର (ଏମ୍‌ଏନ୍‌ସି) ବିକାଶ ନିମନ୍ତେ ଏ ଦଶନ୍ଧିଟିକୁ ଉତ୍ସର୍ଗ କରାଯିବ। ଆଜି ନୂଆ କରି ଆରମ୍ଭ ହୋଇଥିବା ଉଦ୍ୟୋଗ ହେଉଛି ଆସନ୍ତାକାଲିର ‘ଏମ୍‌ଏନ୍‌ସି’। ବିଶେଷକରି, ଦୁଇ ଓ ତିନିସ୍ତରୀୟ ସହରରେ ଏ ସବୁ ବୃଦ୍ଧିପାଉଛି। ଏହି ଉଦ୍ୟୋଗ ସବୁ ସମର୍ଥ ପରିଚାଳକ ଆବଶ୍ୟକ କରୁଥିବାରୁ ‘ଆଇଆଇଏମ୍‌’ରୁ ପାସ୍‌ କରୁଥିବା ଛାତ୍ରଛାତ୍ରୀମାନେ ଏହି ଉଦ୍ୟୋଗଗୁଡ଼ିକର ପଥପ୍ରଦର୍ଶକ ସାଜିବେ।

‘ବ୍ରାଣ୍ଡ୍‌ ଇଣ୍ଡିଆ’କୁ ବୈଶ୍ୱିକ ସ୍ୱୀକୃତି ଦିଆଇବା ହେଉଛି ଆମର ଦାୟିତ୍ୱ। ଯେଉଁମାନେ ଏହି ଅନୁଷ୍ଠାନର ଅଂଶବିଶେଷ ହେବେ ସେମାନେ ବିକାଶକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ।

ଏହି ଶିଳାନ୍ୟାସ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍‌ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe