ପ୍ରଥମ ସମନ ପରେ ସମୟ ମାଗିଥିଲେ କୁନାଲ, ମନା କରି ଦ୍ବିତୀୟ ସମନ ପଠାଇଲା ପୁଲିସ

ହାସ୍ୟ ଅଭିନେତା କୁନାଲ କାମରାଙ୍କ ସମସ୍ୟା ଥମିବାର ନା ନେଉନାହିଁ। ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଏବେ ଲାଇମଲାଇଟରେ ରହିଛନ୍ତି। ପ୍ରଥମ ସମନ ପରେ ସମୟ ମାଗିବାରୁ ମୁମ୍ବାଇର ଖାର୍ ପୁଲିସ କୁନାଲଙ୍କୁ ତାଙ୍କର ବିବାଦୀୟ ବୟାନ ପାଇଁ ଦ୍ୱିତୀୟ ସମନ ପଠାଇଛି।

tkunal kamra

ମୁମ୍ବାଇ: ହାସ୍ୟ ଅଭିନେତା କୁନାଲ କାମରାଙ୍କ ସମସ୍ୟା ଥମିବାର ନା ନେଉନାହିଁ। ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଏବେ ଲାଇମଲାଇଟରେ ରହିଛନ୍ତି। ପ୍ରଥମ ସମନ ପରେ ସମୟ ମାଗିବାରୁ ମୁମ୍ବାଇର ଖାର୍ ପୁଲିସ କୁନାଲଙ୍କୁ ତାଙ୍କର ବିବାଦୀୟ ବୟାନ ପାଇଁ ଦ୍ୱିତୀୟ ସମନ ପଠାଇଛି। କୁନାଲ କାମରା ପ୍ରଥମେ ପଠାଯାଇଥିବା ସମନ ପାଇ ହାଜର ହେବାକୁ ଗୋଟାଏ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ତାଙ୍କୁ ସମୟ ଦେବାକୁ ମନା କରିଥିଲା ପୁଲିସ। ଏବେ ତାଙ୍କୁ ହାଜର ହେବାକୁ ଦ୍ୱିତୀୟ ସମନ ପଠାଯାଇଛି। ଏହା ସହ ହାବିଟାଟ୍ ଷ୍ଟୁଡିଓ ସହିତ ଜଡିତ ଲୋକଙ୍କୁ ପୁଲିସ ନିରନ୍ତର ପଚରାଉଚରା କରୁଛି।

ଉଲ୍ଲେଖଯୋଗ୍ୟ, କୁନାଲ କାମରା ମୁମ୍ବାଇର 'ଦି ୟୁନିକଣ୍ଟିନେଣ୍ଟାଲ କ୍ଲବ'ରେ ତାଙ୍କ ସୋ' 'ନୟା ଭାରତ' ସମୟରେ ଏକ ଗୀତ ଗାଇଥିଲେ। ଏଥିରେ ସେ 'ଦିଲ୍ ତୋ ପାଗଲ୍ ହେ' ଫିଲ୍ମର ଏକ ପ୍ୟାରୋଡି ମାଧ୍ୟମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କଟାକ୍ଷ କରିଥିଲେ। ସେ କାହାର ନାମ ନ ନେଇ 'ଦେଶଦ୍ରୋହୀ' ଶବ୍ଦ ବ୍ୟବହାର କରିଥିଲେ। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଶିବସେନା ସମେତ ସମସ୍ତ ନେତା ତାଙ୍କ ଉପରେ ରାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe