ମହାରାଷ୍ଟ୍ର ସାଇବର୍‌ ସେଲ୍‌ରୁ ରାଇନାଙ୍କୁ ପୁଣି ମିଳିଲା ସମନ୍‌

ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ବାପାମାଆଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍ ରଣବୀର ଆଲ୍ଲାବାଦିଆଙ୍କ ଏକ ଭିଡିଓ ପୋଷ୍ଟ୍‌ କରିବା ପରେ ବିବାଦରେ ଛନ୍ଦି  ହୋଇ ପଡ଼ିଛନ୍ତି ହାସ୍ୟ ଅଭିନେତା ସମୟ ରାଇନା।

ସମୟ

ନୂଆଦିଲ୍ଲୀ: ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ବାପାମାଆଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍ ରଣବୀର ଆଲ୍ଲାବାଦିଆଙ୍କ ଏକ ଭିଡିଓ ପୋଷ୍ଟ୍‌ କରିବା ପରେ ବିବାଦରେ ଛନ୍ଦି  ହୋଇ ପଡ଼ିଛନ୍ତି ହାସ୍ୟ ଅଭିନେତା ସମୟ ରାଇନା। ରାଇନାଙ୍କୁ ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ସାଇବର ସେଲ୍ ଦ୍ୱାରା ସମନ୍ ଜାରି କରାଯାଇଛି। ତେବେ ସମନ ମିଳିବା ପରେ ରାଇନା ଏବେ ଭାରତରେ ନାହାନ୍ତି ଓ ଆସନ୍ତା ସପ୍ତାହରେ ଆମେରିକାରୁ ଭାରତ ଫେରିବେ ବୋଲି କହି ଅଧିକ ସମୟ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ହାସ୍ୟ ଅଭିନେତା ସମୟ ରୈନା ବୁଧବାର ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି। ତାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ପ୍ରଦର୍ଶିତ ଅଶ୍ଳୀଳ ହାସ୍ୟରସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ସେ ଏହାକୁ ନେଇ କହିଛନ୍ତି କି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା।

ସେ ଆହୁରି ବି ଲେଖିଛନ୍ତି କି ‘‘ଯାହା ସବୁ ଘଟୁଛି ତାହାକୁ ସମ୍ଭାଳିବା ମୋ ପାଇଁ ଏବେ ଖୁବ୍‌ ଅଧିକ ହୋଇଯାଉଛି। ମୁଁ ମୋ ଚ୍ୟାନେଲ୍‌ରୁ ସମସ୍ତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଭିଡିଓ ହଟାଇ ଦେଇଛି। ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ଭଲ ସମୟ ବିତାଇବା। ସେମାନଙ୍କର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ କରିବା ପାଇଁ ମୁଁ ସମସ୍ତ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବି। ଧନ୍ୟବାଦ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe