ଆଜି ପ୍ରଭୁଙ୍କ ଆଗମନ: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା, ପରିବେଶ ରାମମୟ

Advertisment

ସକାଳ ୭ଟାରୁ ଦର୍ଶନ, ଶୁଭ ମୁହୂର୍ତ୍ତ ୧୨ଟା୧୫ରୁ ୧୨ଟା ୪୫

ସକାଳ ୭ଟାରୁ ଦର୍ଶନ, ଶୁଭ ମୁହୂର୍ତ୍ତ ୧୨ଟା୧୫ରୁ ୧୨ଟା ୪୫

ଆଜି ପ୍ରଭୁଙ୍କ ଆଗମନ: ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା, ପରିବେଶ ରାମମୟ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ଆସନ୍ତାକାଲି (ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଉଠିଥିବା ବେଳେ ବିଶ୍ବବ୍ୟାପୀ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ୧୧ ଦିନ ଧରି କଠୋର ବ୍ରତ ପାଳନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରମୁଖ ଯଜମାନ ଭାବେ ଯୋଗଦେବେ। ଇତିମଧ୍ୟରେ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ ସହିତ ଏକାଧିକ ଅଧିବା‌ସ ଶେଷ ହୋଇଛି।

ପ୍ରାଣ ପ୍ରତିଷ୍ଠା ଉତ୍ସବ ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମିନିଟ ମଧ୍ୟରେ ସଂପନ୍ନ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ମନ୍ଦିରରେ ରାମଲାଲାଙ୍କ ଦର୍ଶନ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହୋଇପାରିବ। ‌ଅପରାହ୍ଣ ୨ଟାରୁ ୭ଟା ପର୍ଯ୍ୟନ୍ତ ପୁନର୍ବାର ଦର୍ଶନ ପାଇଁ ଖୋଲା ରହିବ। ଉଭୟ ପୂର୍ବାହ୍ନ ଏବଂ ଅପରାହ୍ଣରେ ଭକ୍ତମାନେ ଯେଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ଏହି ସମୟସୀମା ଧାର୍ଯ୍ୟ କରାଯାଇଛି। ଆରତି ପାଇଁ ମଧ୍ୟ ସମୟ ଧାର୍ଯ୍ୟ ହୋଇଛି। ସକାଳ ୬ଟା ୩୦ରେ ଶ୍ରୀଙ୍ଗାର/ଜାଗରଣ ଆରତି, ମଧ୍ୟାହ୍ନରେ ଭୋଗ ଆରତି ଏବଂ ସନ୍ଧ୍ୟା ୭ଟା ୩୦ରେ ସନ୍ଧ୍ୟା ଆରତି ହେବ। ଆରତି ଉତ୍ସବରେ ଯୋଗଦେବା ପାଇଁ ପ୍ରବେଶ ପାସ୍‌ ଆବଶ୍ୟକ। ସମୟ ଅନୁସାରେ ଅତିଥିମାନେ ସେମାନଙ୍କ ପସନ୍ଦର ଆରତି ଦେଖିବାକୁ ଚୟନ କରିପାରିବେ। ଶ୍ରୀରାମ ମନ୍ଦିର ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କ୍ୟୁଆର୍‌ କୋଡ୍‌ ଥିବା ଏଣ୍ଟ୍ରି ପାସ୍‌ ଜରିଆରେ ହିଁ ଭକ୍ତମାନେ ଉତ୍ସବସ୍ଥଳକୁ ଦର୍ଶନ କରିପାରିବେ। ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅଯୋଧ୍ୟାରେ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ ଦେଖିବାକୁ ମିଳିଛି। ୧୩ ହଜାର ସୁରକ୍ଷା କର୍ମୀ ଏଥିରେ ନିୟୋଜିତ ହୋଇଥିବା ବେଳେ ୧୦ ହଜାରରୁ ଅଧିକ କ୍ୟାମେରା ମାଧ୍ୟମରେ ଅହରହ ନଜର ରଖାଯାଉଛି।

ଅଯୋଧ୍ୟାରେ ଉତ୍ତର ପ୍ରଦେଶର ସଂସ୍କୃତି ବିଭାଗ ପକ୍ଷରୁ ୧୦୦ଟି ମଞ୍ଚ ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକରେ ୨୫୦୦ ଲୋକ କଳାକାର ସେମାନଙ୍କ କଳା ‌ନୈପୁଣ୍ୟ ପ୍ରଦର୍ଶନ କରିବେ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାଲାଗି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ମଞ୍ଚରେ ନୃତ୍ୟଠାରୁ ଆରମ୍ଭ କରି ନାଚ ଏବଂ ଗୀତ ଆଦି ପରିବେଷଣ ହେବ। ଭିଆଇପିଙ୍କୁ ପରଷାଯିବ ମହାପ୍ରସାଦ ଅଯୋଧ୍ୟାକୁ ଆସୁଥିବା ଭିଆଇପିମାନଙ୍କୁ ସୋମବାର ମହାପ୍ରସାଦ ପରଷାଯିବ। ଏଥିପାଇଁ ୧୫ ହଜାର ପ୍ରସାଦ ପ୍ୟାକେଟ୍‌ ପ୍ରସ୍ତୁତ ହୋଇ ରହିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ବ୍ୟବସ୍ଥା ହୋଇଛି। ରାମଲାଲାଙ୍କ ମନ୍ଦିର ଜାନୁଆରୀ ୨୩ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe