ଛୁଟିରେ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ମେଜର ଷ୍ଟେନରେ ମହିଳାଙ୍କ କରାଇଲେ ସୁରକ୍ଷିତ ପ୍ରସବ

ମେଜର ରୋହିତ ଝାନ୍ସି ରେଳ ଷ୍ଟେସନରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ତାଙ୍କର ସୁରକ୍ଷିତ ଭାବେ ପ୍ରସବ କରାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

9b723fa9-b06b-4c94-bf1f-2567aca92ff0

ଝାନ୍ସି: ଗତସୋମବାର ସେନା ଅଧିକାରୀ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମେଜର ବାଚୱାଲା ରୋହିତଙ୍କୁ ତାଙ୍କର ଅସାଧାରଣ ମାନବିକ ଏବଂ ବୃତ୍ତିଗତ ଦକ୍ଷତା ପାଇଁ ଭୁରିଭୁରି ପ୍ରଶଂସା କରିବା ସହିତ ସମ୍ମାନୀତ ବି କରିଛନ୍ତି। 

ନିକଟରେ ମେଜର ରୋହିତ ଝାନ୍ସି ରେଳ ଷ୍ଟେସନରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ତାଙ୍କର ସୁରକ୍ଷିତ ଭାବେ ପ୍ରସବ କରାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେନା ସରକାରୀ 'X' ହ୍ୟାଣ୍ଡେଲରେ ଘଟଣାର ବିବରଣୀ ସେୟାର କରିଛି।

ଜୁଲାଇ ୫ ତାରିଖରେ ମେଜର ରୋହିତ ଛୁଟିରେ ହାଇଦ୍ରାବାଦ ଯିବା ପାଇଁ ଝାନ୍ସି ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣାରେ ପୀଡିତ ହୋଇ ହ୍ୱିଲଚେୟାରରୁ ଚଟାଣରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ। ସମୟ ବିଳମ୍ବ ନକରି ମେଜର ତୁରନ୍ତ ପ୍ଲାଟଫର୍ମରେ ଉପଲବ୍ଧ ଥିବା ଜିନିଷ ଯେମିତି କି ଏକ ଗାମୁଛା, ଛୁରୀ ଏବଂ କେଶ କ୍ଲିପ୍ ବ୍ୟବହାର କରି ମହିଳାଙ୍କର ସୁରକ୍ଷିତ ଭାବେ ଜରୁରୀକାଳୀନ ପ୍ରସବ କରାଇଥିଲେ।

ତାଙ୍କର ଉପସ୍ଥିତ ବୁଦ୍ଧି ଏବଂ ଚିକିତ୍ସା ବିଶେଷଜ୍ଞତା ମା’ ଏବଂ ନବଜାତ ଶିଶୁର ଜୀବନ ରକ୍ଷା କରି ପାରିଥିଲା।  ବାଚୱାଲା ରୋହିତଙ୍କ ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରି, ମେଜର ନବଜାତ ଶିଶୁକୁ ଧରିଥିବାର ଏକ ଫଟୋ ସେନା କରିଛି। ସେନା ଏହି ଘଟଣାକୁ ନିସ୍ୱାର୍ଥପର ସେବାର ପ୍ରତୀକ ଭାବରେ ବର୍ଣ୍ଣନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe