ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ୧୯ କି.ଗ୍ରା.ବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ୯୧ଟଙ୍କା ୫୦ ପଇସା ହ୍ରାସ ପାଇଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।
କିନ୍ତୁ, ଘରୋଇ ରନ୍ଧନ ନିମନ୍ତେ ବ୍ୟବହାର କରାଯାଉଥିବା ୧୪.୨ କି.ଗ୍ରା.ବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଅପରିବର୍ତ୍ତିତ ରହିଛି।
ଉଲ୍ଲେଖଯୋଗ୍ୟ, ମାର୍ଚ ମାସରେ ସରକାର ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ୩୫୦ ଟଙ୍କା ବୃଦ୍ଧି କରିଥିଲେ। ଆଜି ତୈଳ କମ୍ପାନିମାନେ ଦର ସଂଶୋଧନ କରିବା ପରେ ପୁଣି ଉକ୍ତ ସିଲିଣ୍ଡର୍ର ଦର ହ୍ରାସ କରାଯାଇଛି।
Image Courtesy of Business Todayନୂଆ ଦର ଅନୁସାରେ, ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦିଲ୍ଲୀରେ ୨,୦୨୮ ଟଙ୍କା, କୋଲ୍କାତାରେ ୨,୧୩୨ ଟଙ୍କା, ମୁମ୍ବାଇରେ ୧,୯୮୦ ଟଙ୍କା ଏବଂ ଚେନ୍ନାଇରେ ୨,୧୯୨ ଟଙ୍କା ୫୦ ପଇସାରେ ବିକ୍ରୟ ହେଉଛି।
ସୂଚନାଯୋଗ୍ୟ, ଭାରତରେ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ରାଷ୍ଟ୍ରାୟତ ତୈଳ କମ୍ପାନିମାନଙ୍କଦ୍ବାରା ଧାର୍ଯ୍ୟ କରାଯାଇଥାଏ। ସେମାନେ ପ୍ରତି ମାସରେ ‘ଏଲ୍ପିଜି’ ସିଲିଣ୍ଡର୍ ଦର ସଂଶୋଧନ କରନ୍ତି। ସ୍ଥାନୀୟ ଟିକସ ଯୋଗୁଁ ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ଦର ସବୁ ରାଜ୍ୟରେ ସମାନ ନ ଥାଏ।
Follow Us