ମଝି ଆକାଶରେ ବିମାନ ଭିତରେ ହଠାତ ନଜର ଆସିଲା ସାପ, ପାଇଲଟଙ୍କ କ୍ୟାମେରାରେ କଏଦ ହେଲା ତା’ପରର ଦୃଶ୍ୟ

Advertisment
ମଝି ଆକାଶରେ ବିମାନ ଭିତରେ ହଠାତ ନଜର ଆସିଲା ସାପ, ପାଇଲଟଙ୍କ କ୍ୟାମେରାରେ କଏଦ ହେଲା ତା’ପରର ଦୃଶ୍ୟ

ନୂଆଦିଲ୍ଲୀ: ଟିକେ ଭାବନ୍ତୁ ତ, ଯଦି ଆପଣ ବିମାନରେ ଯାତ୍ରା କରୁଥିବା ବେଳେ ଭିତରେ ସାପ ଥିବା ଦେଖନ୍ତି, ତେବେ ଆପଣଙ୍କର କେମିତି ପ୍ରତିକ୍ରିୟା ରହିବ। ଏକଥାଟି ଶୁଣି ଆପଣ ଭାବୁଥିବେ, ଭୂମିଠାରୁ ଏତେ ଦୂରରେ ଉଡୁଥିବା ବିମାନ ମଧ୍ୟକୁ ସାପ ଯିବ କେମିତି? ତେବେ ଏଭଳି ହେବା ଅସମ୍ଭବ ଭଳି ଲାଗୁଥିଲେ ବି ଏହା ସତ। କୁଆଲା ଲୁମପୁରରୁ ଉଡ଼ାଣ କରିଥିବା ବିମାନ ମଧ୍ୟରେ ସାପ ନଜର ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିମାନର ପାଇଲଟ ସାପର ଏକ ଭିଡିଓ ଟ୍ବିଟ କରିଥିବା ବେଳେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ଟ୍ବିଟ କରି ପାଇଲଟ ହନା ମୋହସିନ୍ ଖାନ ଲେଖିଛନ୍ତି ଯେ, ବିମାନରେ ସାପ। ହୁଏତ କେହି ଏହାକୁ ନିଜ ବ୍ୟାଗରେ ନେଇ ଯାତ୍ରା କରୁଥିବା ବେଳେ ସାପଟି ବାହାରକୁ ଆସିଯାଇଛି, ନଚେତ୍ ଉଡ଼ାଣ ପୂର୍ବରୁ ସାପଟି ଭୂମିରୁ ବିମାନ ଭିତରକୁ ଆସିଛି ବୋଲି ସେ ଲେଖିଛନ୍ତି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ବିମାନ ଭିତରେ ବ୍ୟାଗ ରଖାଯାଉଥିବା ସ୍ଥାନରେ ଲାଗିଥିବା ଲାଇଟ ଭିତରେ ସାପଟି ଫସି ରହିଛି। ତେବେ ସାପଟି ବିମାନ ଭିତରେ ଥିଲେ ମଧ୍ୟ ଅବତରଣ ପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe