ତଥ୍ୟ ପ୍ରଦାନରେ ସ୍ବଚ୍ଛତା ପାଇଁ ପ୍ରତିଶ୍ରୁତିବଦ୍ଧ: ଭାରତ ବାୟୋଟେକ୍‌

Advertisment

୧୨ ମାସରେ ୯ଟି ଗବେଷଣା ରିପୋର୍ଟ ପ୍ରକାଶ କରାଯାଇଛି।

୧୨ ମାସରେ ୯ଟି ଗବେଷଣା ରିପୋର୍ଟ ପ୍ରକାଶ କରାଯାଇଛି।

ଆମେରିକାରେ ଉପଲବ୍ଧ ହେବ କୋଭାକ୍ସିନ ଟିକା

Daily News

ହାଇଦ୍ରାବାଦ: ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଂକ୍ରାନ୍ତ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ ବୋଲି ହେଉଥିବା ଅଭିଯୋଗକୁ ଭାରତ ବାୟୋଟେକ୍‌ ଖଣ୍ଡନ କରିଛି। ଆଜି କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ଯେ ତଥ୍ୟ ପ୍ରଦାନରେ ସ୍ବଚ୍ଛତା ରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ଫଳପ୍ରଦତା ସଂକ୍ରାନ୍ତ ଅଧିକ ବିବରଣୀ ପ୍ରକାଶ କରାଯିବ। କୋଭାକ୍ସିନ ଟିକା ବାବାଦରେ ୯ଟି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି ଏବଂ ଏଥିରେ ଟିକା କେତେ ନିରାପଦ ଓ ଫଳପ୍ରଦ ସେ ନେଇ ବିସ୍ତୃତ ବିବରଣୀ ଦିଆଯାଇଛି। ଏ ବାବଦରେ ବିଶ୍ବ ସମୁଦାୟ ଭଲ ଭାବେ ଅବଗତ ଅଛି ବୋଲି ଆଜି ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe