ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା ଥମୁନି: ମୃତ୍ୟୁସଂଖ୍ୟା ୧୧୦ ଛୁଇଁଲା

Advertisment

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଦୁଇ ସଂପ୍ରଦାୟ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ ସୁନ୍ନି ଓ ସିଆ ସମ୍ପ୍ରଦାୟ ମଧ୍ୟରେ ବିକ୍ଷିପ୍ତ ସଂଘର୍ଷ ଜାରି ରହିଥିବାରୁ ସପ୍ତାହକ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ  ଆହତ ହୋଇଛନ୍ତି।

ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଦୁଇ ସଂପ୍ରଦାୟ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ ସୁନ୍ନି ଓ ସିଆ ସମ୍ପ୍ରଦାୟ ମଧ୍ୟରେ ବିକ୍ଷିପ୍ତ ସଂଘର୍ଷ ଜାରି ରହିଥିବାରୁ ସପ୍ତାହକ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ  ଆହତ ହୋଇଛନ୍ତି।

aadadda

ଇସଲାମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର-ପଶ୍ଚିମରେ ଦୁଇ ସଂପ୍ରଦାୟ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ ସୁନ୍ନି ଓ ସିଆ ସମ୍ପ୍ରଦାୟ ମଧ୍ୟରେ ବିକ୍ଷିପ୍ତ ସଂଘର୍ଷ ଜାରି ରହିଥିବାରୁ ସପ୍ତାହକ ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ  ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ ଅବସ୍ଥିତ କୁରମ ଜିଲ୍ଲାରେ ବଡ଼ ଧରଣର ହିଂସା ଦେଖିବାକୁ ମିଳିଥିଲା। କୁରମର ଡେପୁଟି କମିସନର ଜାଭେଦୁଲ୍ଲା ମେହସୁଦ କହିଛନ୍ତି, ଅସ୍ତ୍ରବିରତିକୁ ଆଉ ୧୦ ଦିନ ବୃଦ୍ଧି କରିବାକୁ ଚୁକ୍ତି ହୋଇଛି। ଏହି ସଂଘର୍ଷରେ ସପ୍ତାହକ ମଧ୍ୟରେ ମୃତ୍ୟୁସଂଖ୍ୟା ୧୧୦ରେ ପହଞ୍ଚିଛି ଏବଂ ୩ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆସନ୍ତାକାଲିଠାରୁ ସମସ୍ତ ପକ୍ଷ ନିଜ ନିଜ ସ୍ଥାନ ଖାଲି କରିବେ ଏବଂ କୁରମରେ ଉଭୟ ପୁଲିସ ଓ ସେନା ଯବାନ ମୁତୟନ ରହିବେ ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ ସପ୍ତାହରେ ପାରାଚିନାର ନିକଟରେ ଯାତ୍ରୀବାହୀ ଭ୍ୟାନର ଏକ କାଫିଲା ଉପରେ ଗୁରୁବାର ହୋଇଥିବା ଆକ୍ରମଣରେ ୪୭ ଜଣଙ୍କ ମୃତ୍ୟୁ ହେବା ପରେ କୁରମ ଜିଲ୍ଲାରେ ଅଲିଜାଇ ଓ ବାଗାନ ଜନଜାତି ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।

ଶୁକ୍ରବାର ଓ ଶନିବାର ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଥିଲେ। ଗୁରୁବାରର ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ରବିବାର ଏକ ପ୍ରାଦେଶିକ ସରକାରୀ ପ୍ରତିନିଧି ଦଳ ଏବଂ ଉଭୟ ସମ୍ପ୍ରଦାୟର ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ପରେ ସିଆ ଓ ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ୭ ଦିନ ଅସ୍ତ୍ରବିରତି ପାଇଁ ଚୁକ୍ତି ହୋଇଥିଲା। ତେବେ ଅସ୍ତ୍ରବିରତି ସତ୍ତ୍ୱେ ବିକ୍ଷିପ୍ତ ସଂଘର୍ଷ ଜାରି ରହିଛି ବୋଲି ପୁଲିସ କହିଛି। ସୁନ୍ନିବହୁଳ ପାକିସ୍ତାନରେ ଥିବା ୨୪୦ ନିୟୁତ ଲୋକଙ୍କ ମଧ୍ୟରୁ ସିଆ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୧୫ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe