ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କୁ ସ୍ବୀକାର କରିବା ଦରକାର: ସତ୍ୟେନ୍ଦ୍ର ଜୈନ

Advertisment
ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କୁ ସ୍ବୀକାର କରିବା ଦରକାର: ସତ୍ୟେନ୍ଦ୍ର ଜୈନ

indiatoday

ନୂଆଦିଲ୍ଲୀ: କରୋନା ମାମଲା ବଢ଼ିବା ସହିତ ରାଜଧାନୀ ଦିଲ୍ଲୀ ତଥା ଦେଶର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଛି। ଏହାକୁ କେନ୍ଦ୍ର ସ୍ବୀକାର କରିବା ଦରକାର ବୋଲି ଆଜି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିପାରିବ।

Satyendar Jain Corona: Covid-19 positive Satyendar Jain's condition  deteriorates, put on oxygen support | Delhi News - Times of India Times of India

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନେଇ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ମାମଲା ବଢ଼ୁଛି ସତ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଦିଲ୍ଲୀରେ ସୁସ୍ଥତା ହାର ଭଲ ରହିଛି ଏବଂ କରୋନାରୁ ମୃତ୍ୟୁ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଦିଲ୍ଲୀର କରୋନା ପୂର୍ବରୁ ମୃତ୍ୟୁ ହାର ତିନି ପ୍ରତିଶତରୁ ଅଧିକ ଥିଲା। ବର୍ତ୍ତମାନ ଏହା ୨.୦୫ ପ୍ରତିଶତକୁ ଖସି ଆସିଛି। ଗତ ୧୦ଦିନ ମଧ୍ୟରେ ମୃତ୍ୟୁ ହାର ୦.୬୮ ପ୍ରତିଶତ ରହିଛି। ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ-୧୯ ରୋଗୀଙ୍କ ପାଇଁ ୫୦୦ରୁ ଅଧିକ ଅତିରିକ୍ତ ଆଇସିୟୁ ଶଯ୍ୟା ଉପଲବ୍ଧ | ୩୩ଟି ଘରୋଇ ଡାକ୍ତରଖାନାରେ ୮୦ପ୍ରତିଶତ ଆଇସିୟୁ ବେଡ୍ କୋଭିଡ -୧୯ ରୋଗୀଙ୍କ ପାଇଁ ସଂରକ୍ଷିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe