କରମଣ୍ଡଳ ଦୁର୍ଘଟଣା: ବିନା ଟିକେଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ବି ମିଳିବ କ୍ଷତିପୂରଣ

Advertisment
କରମଣ୍ଡଳ ଦୁର୍ଘଟଣା: ବିନା ଟିକେଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ପରିବାରକୁ ଧ୍ୱଂସ କରିଦେଇଛି। କେହି ଭାଇକୁ ହରାଇଛି ତ କେହି ନିଜ ବାପାଙ୍କୁ ହରାଇଛି | କେହି ନିଜ ପରିବାରର ସମ୍ପର୍କୀୟମାନଙ୍କୁ ହରାଇଛି ତ କେହି ପୁଣି ଏବେ ବି ମେଡିକାଲରୁ ମେଡିକାଲ ବୁଲି ନିଜ ବନ୍ଧୁ-ପରିଜନଙ୍କୁ ଖୋଜୁଛି | ଆଉ ଏହାରି ଭିତରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ ଦୁର୍ଘଟଣାରେ ଯାହାର ମୃତ୍ୟୁ ହୋଇଛି ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ |

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଯଦି ଜଣେ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବେ ତାଙ୍କୁ କ୍ଷତିପୂରଣ ରାଶି ମିଳିବ କି? ଆଉ ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ବିନା ଟିକେଟରେ ଯାତ୍ରା କରୁଥିଲେ ଓ ଦୁର୍ଘଟଣାର ଶିକାର ହୋଇଛନ୍ତି, ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯେ ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ। ଅନ୍ୟପଟେ ରେଲୱେ ବୋର୍ଡର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ଆହତ ଯାତ୍ରୀ ପାଖରେ ଜଣେ ସ୍କାଉଟ୍ କିମ୍ବା ଗାଇଡ ଅଛନ୍ତି, ଯେଉଁମାନେ ତାଙ୍କ ସମ୍ପର୍କୀୟଙ୍କୁ ଖୋଜିବାରେ ସାହାଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe