ମମତାଙ୍କୁ କିମ୍‌ଙ୍କ ସହ ତୁଳନା କଲେ ଶୁଭେନ୍ଦୁ: ପୁଲିସଙ୍କୁ କହିଲେ ‘ଡୋଣ୍ଟ୍‌ ଟଚ୍‌ ମି’

Advertisment
ମମତାଙ୍କୁ କିମ୍‌ଙ୍କ  ସହ ତୁଳନା କଲେ ଶୁଭେନ୍ଦୁ: ପୁଲିସଙ୍କୁ କହିଲେ ‘ଡୋଣ୍ଟ୍‌ ଟଚ୍‌ ମି’

Zee News

କୋଲକାତା: ପଶ୍ଚିମବଙ୍ଗ‌ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ତୁଳନା କରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କୁ ଆଜି ବିଜେପିର ‘ନବାନ୍ନ ଅଭିଯାନ’ ଆରମ୍ଭ ହେବା ପୂର୍ବରୁ ପୁଲିସ କରାଯାଇଥିଲା। ଶୁଭେନ୍ଦୁଙ୍କୁ ଆଜି ପ୍ରଥମେ ପୁଲିସ ଅଟକାଇ ପୁଲିସ ଭ୍ୟାନ୍‌କୁ ‌ନେବାପାଇଁ ‌ଚେଷ୍ଟା‌ କରିବା ସମୟରେ ପୁଲିସଙ୍କ ସହ ତାଙ୍କର ବଚସା ହୋଇଥିଲା। ମହିଳା ପୁଲିସଙ୍କୁ ଶୁଭେନ୍ଦୁ କହିଥିଲେ ‘ଡୋଣ୍ଟ୍‌ ଟଚ୍‌ ମି’ । ମତେ ଛୁଅଁନ‌ା। ତୁମେ ମହିଳା। ଜଣେ ପୁରୁଷ ପୁଲିସ ଅଧିକାରୀ ତାଙ୍କ ସହ କଥା ହେବାପାଇଁ ଶୁଭେନ୍ଦୁ ଦାବି କରିଥିଲେ। ଏହାପରେ ଦକ୍ଷିଣ କୋଲକାତା ଡିସିପି ଆସି ପହଞ୍ଚିଥିଲେ ଏବଂ ଅଧିକାରୀଙ୍କୁ ଭ୍ୟାନ୍‌ ପର୍ଯ୍ୟନ୍ତ ନେଇଥିଲେ। ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ତାଙ୍କୁ ଟଣାଓଟରା କରାଯାଇଥିଲେ ବି ସେ ଜବାବ ଦେଇନାହାନ୍ତି। କାରଣ ସେ ମହିଳାଙ୍କୁ ସମ୍ମାନ ଦିଅନ୍ତି। ଏହି ପ୍ରସଙ୍ଗରେ ଶୁଭେନ୍ଦୁ କହିଥିଲେ, ମେଦିନୀପୁରରେ ଥିବା ଲେଡି କିମ୍ (ମମତା ବାନାର୍ଜୀ)ଙ୍କୁ କୁହ ଏହା ଭାରତ। କିନ୍ତୁ ସେ ପଶ୍ଚିମବଙ୍ଗକୁ ଉତ୍ତର କୋରିଆରେ ପରିଣତ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe