Supreme Court slams Assam government for not deporting foreign nationals
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକଙ୍କ ଦ୍ବାରା ଜଣେ ବ୍ୟକ୍ତିଙ୍କୁ ଭୁଲ୍କ୍ରମେ ଅଟକ ରଖାଯିବା ମାମଲାରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। ସୁପ୍ରିମ୍କୋର୍ଟ ଏହି ଆଦେଶକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶଦେବା ଆଇନର ଅଧିକାରଭୁକ୍ତ ନୁହେଁ। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦାଖଲ କରିଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। ହାଇକୋର୍ଟଙ୍କ ଆଦେଶ ଉପରେ ମନ୍ତବ୍ୟ ଦେଇ ସୁପ୍ରିମ୍କୋର୍ଟ କହିଛନ୍ତି, ବାରମ୍ବାର ଅଦାଲତର ଅଧିକାର ସୀମା ଅତିକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି ଏବଂ ଏ ନେଇ ସତର୍କତା ଅବଲମ୍ବନ କରିବାକୁ ହେବ।
ସୂଚନାଯୋଗ୍ୟ, ଏନ୍ସିବି ମିଳିତ ଅପରେସନ୍ କରି ମାନ ସିଂହ ବର୍ମା ଓ ଜଣେ ଅମନ ସିଂହଙ୍କ ନିକଟରୁ ୧୨୮୦ ଗ୍ରାମ୍ ବ୍ରାଉନ ପାଉଡରକୁ ହେରୋଇନ୍ ଭାବି ଜବତ କରିଥିଲା। ତଦନୁଯାୟୀ ବର୍ମାଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ, ୧୯୮୫ର ଧାରା ୮(ସି), ୨୧ ଓ ୨୯ ଅନୁଯାୟୀ ଆପରାଧିକ ମାମଲା ରୁଜୁ କରାଯାଇ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ମାସ ପରେ ଫରେନ୍ସିକ ରିପୋର୍ଟରୁ ଜଣାପଡିଥିଲା ଯେ ଜବତ ସାମଗ୍ରୀ ନିଶାଦ୍ରବ୍ୟ ନୁହେଁ। ଏହପରେ ଅଭିଯୁକ୍ତଙ୍କୁ ବିନା ଦୋଷରେ ବାରବାଙ୍କି ଜିଲ୍ଲା ଜେଲରୁ ମୁକ୍ତ କରାଯାଇଥିଲା। କ୍ଲୋଜର୍ ରିପୋର୍ଟ ଓ ଅଭିଯୁକ୍ତଙ୍କ ମୁକ୍ତି ସତ୍ତ୍ୱେ ହାଇକୋର୍ଟ ବିଚାରାଧୀନ ଜାମିନ ଆବେଦନର ବିଚାର କରି କହିଥିଲେ ଯେ ଆବେଦନକାରୀ ଜଣେ ଯୁବକ ଯିଏ ପ୍ରାରମ୍ଭିକ ପରୀକ୍ଷାଗାରର ରିପୋର୍ଟ ସତ୍ତ୍ୱେ ଭୁଲ୍ ଭାବରେ ଚାରି ମାସ ଧରି ବନ୍ଦୀ ହୋଇ ରହିଥିଲେ। ତେଣୁ ତାଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ଏନ୍ସିବି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Follow Us