ବିଚାରପତିଙ୍କ ନାମରେ ଆସିଲା ୧୪ ବର୍ଷୀୟ ବାଳକଙ୍କୁ ଯୌନ ଶୋଷଣ ଅଭିଯୋଗ

ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ପଦ୍ମ ପୁରସ୍କାର ବିଜେତା

Eastern Lead Express News

ଜୟପୁର: ରାଜସ୍ଥାନର ଭରତପୁର କୋର୍ଟରେ ବିଚାରପତି ଥିବା ଜିତେନ୍ଦ୍ର ସିଂ ଗୁଲିଆ ଏବଂ ତାଙ୍କର ଅନ୍ୟ ଦୁଇଜଣ କର୍ମଚାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ୧୪ ବର୍ଷର ବାଳକଙ୍କ ପରିବାର | ବିଚାରପତି ଜଣକ ତାଙ୍କ ୧୪ ବର୍ଷର ପୁଅକୁ ଯୌନ ଶୋଷଣ କରିଥିବାର ପୀଡ଼ିତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି | କେବଳ ଏତିକି ନୁହେଁ, ଘଟଣା ଜଣାପଡିବା ପରେ ବିଚାରପତି ନିଜେ ପୀଡ଼ିତ ବାଳକ ଏବଂ ତାଙ୍କ ମାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହା ସହିତ ଦୁର୍ନୀତି ନିବାରଣ ବ୍ୟୁରୋରେ ଡିଏସପି ଭାବେ କାର୍ଯ୍ୟରତ ପରମେଶ୍ୱର ଲାଲ ମଧ୍ୟ ପୀଡିତଙ୍କ ପରିବାରକୁ ଜେଲ ପଠାଇବାକୁ ଧମକ ଦେଇଥିଲେ।

ଏହି ମାମଲା ମଥୁରା ଗେଟ୍ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି | ଅଭିଯୋଗ ମୁତାବକ ଜଣେ ୧୪ ବର୍ଷର ଅଷ୍ଟମ ଶ୍ରେଣୀର ଛାତ୍ର ଟେନିସ୍ ଖେଳିବା ପାଇଁ ଏକ ଷ୍ଟାଡିୟମକୁ ଯାଉଥିଲେ | ଯେଉଁଠାକୁ ଅଧିକାରୀ(ପରମେଶ୍ୱର ଲାଲ) ଏବଂ ବିଚାରପତି ମଧ୍ୟ ଆସନ୍ତି | ଆଉ ବିଚାରପତି ଜିତେନ୍ଦ୍ର ଗୁଲିଆ ପିଲାଟିକୁ ପ୍ରତିଦିନ ତାଙ୍କ ଘରକୁ ନେଇଯାଉଥିଲେ ଏବଂ ତାଙ୍କ ସହ ଯୌନ ଶୋଷଣ କରୁଥିଲେ | ଯେତେବେଳେ ପୀଡିତ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ, ସେତେବେଳେ ସେ ତାଙ୍କ ମା’ଙ୍କ ନିକଟରେ ସବୁ କଥା କହିଥିଲେ | ଏହା ପରେ ବିଚାରପତି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ |

ଏହି ପରିପ୍ରେକ୍ଷୀରେ ପୀଡିତଙ୍କ ପରିବାର ପକ୍ଷରୁ ବିଚାରପତିଙ୍କ ବିରୋଧରେ ଅଭିଯୋଗ କରାଯାଇଛି | ଆଉ ପୁଲିସ ବର୍ତ୍ତମାନ ଗଣଦୁଷ୍କର୍ମ ଏବଂ ପୋକସୋ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ପରମେଶ୍ୱର ଲାଲ ଯାଦବଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe