ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ!

Advertisment

ବିରୋଧୀ ଦଳଙ୍କ ଆଲୋଚନା

ବିରୋଧୀ ଦଳଙ୍କ ଆଲୋଚନା

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ!

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀର ପ୍ରତିବାଦ କରି ୪ ଜଣ ବରିଷ୍ଠ ବିଚାରପତି ଗଣମାଧ୍ୟମରେ ବୟାନ ଜାରି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଥମୁନାହିଁ। ଆଜି ସିପିଏମ୍‌ ମହାସଚିବ ସୀତାରାମ ୟେଚୁରି କହିଛନ୍ତି ଯେ ଏବେ ଏହି ମାମଲାରେ କାର୍ଯ୍ୟପାଳିକା ତା’ର ଦାୟିତ୍ୱ ନିର୍ବାହ କରିବା ସମୟ ଆସିଯାଇଛି। ସଂସଦର ଆଗାମୀ ବଜେଟ୍‌ ଅଧିବେଶନରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇପାରିବ କି ନାହିଁ ସେ ସଂପର୍କରେ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ବୋଲି ୟେଚୁରି କହିଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱର, ରଂଜନ ଗୋଗଇ, ଏମ୍‌ଭି ଲୋକୁର ଏବଂ କୁରିଏନ୍‌ ଯୋଶେଫ ଗୁରୁତର ଅଭିଯୋଗ ଆଣିବା ସହ ସେମାନେ ଏକ ପତ୍ର ଜାରି କରିଥିଲେ। ସିଜେଆଇଙ୍କୁ ପ୍ରଦତ୍ତ ଏହି ପତ୍ରରେ ସେମାନେ ମନମୁଖି ପ୍ରଶାସନିକ କାର୍ଯ୍ୟଶୈଳୀକୁ ବିରୋଧ କରିବା ସହ କେବଳ ନିର୍ଦ୍ଦିଷ୍ଟ ବେଞ୍ଚ୍‌କୁ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବାକୁ ଦିଆଯାଉଥିବା ଅଭିଯୋଗ କରିଥିଲେ।
ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏ ବାବଦରେ ସିଧାସଳଖ ମନ୍ତବ୍ୟ ଦେଇନାହାନ୍ତି। ତେବେ ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ କୌଣସି ମଉକା ଛାଡ଼ି ନାହାନ୍ତି। ନ୍ୟାୟପାଳିକାରେ ଦେଖାଦେଇଥିବା ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏହି ମାମଲାରୁ ସରକାର ଏବଂ ରାଜନୈତିକ ଦଳଗୁଡ଼ିକ ଦୂରେଇ ରହିବା ଉଚିତ। ନ୍ୟାୟପାଳିକା ନିଜ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe