କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସୀତାମଢ଼ିର ଏକ ଅଦାଲତରେ ମାମଲା ରୁଜୁ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସୀତାମଢ଼ିର ଏକ ଅଦାଲତରେ ମାମଲା ରୁଜୁ

ପାଟ୍‌ନା: କେରଳରେ ଥିବା ସାବରିମାଲା ମନ୍ଦିରକୁ ମହିଳାମାନେ ମାସିକଧର୍ମ ବୟସ ମଧ୍ୟରେ ଯାଇପାରିବେ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେହି ଘଟଣା ଉପରେ ସ୍ମତି ଇରାନୀ ଦେଇଥିବା ମନ୍ତବ୍ୟ ବିରୋଧରେ ସୀତାମଢ଼ିର ଏକ ଅଦାଲତରେ ଗୁରୁବାର ମାମଲା ରୁଜୁ ହୋଇଛି। ଏହାର ପରବର୍ତ୍ତୀ ଶୂଣାଣି ଚଳିତ ମାସ ୨୯ ତାରିଖରେ ହେବ।

ମୁମ୍ବାଇର ଏକ ଉତ୍ସବରେ ସ୍ମୃତି ଇରାନୀ ମଙ୍ଗଳବାର ନିଜର ମତ ରଖି କହିଥିଲେ ଯେ ମହିଳାମାନେ ପ୍ରାର୍ଥନା କରିପାରିବେ ମାତ୍ର କୌଣସି ସଂସ୍କୃତିର ଅପମାନ କରିପାରିବେ ନାହିଁ। ତାହାର ମାତ୍ର କିଛି ଘଣ୍ଟା ପରେ ସେ ସାବରିମାଲା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅନୁମତିକୁ ବିରୋଧ କରି ଟୁଇଟର୍‌ରେ ଟୁଇଟ୍‌ କରିଥିଲେ। ଏହି ସବୁ ମାମଲାକୁ ଭିତ୍ତିକରି ସ୍ମୃତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟମ୍ବର ୨୮ ତାରିଖରେ ମାସିକଧର୍ମ ବୟସ ମଧ୍ୟରେ ମହିଳାମାନେ ସାବରମାଳା ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟଳୟ ରାୟ ଦେଇଥିଲେ। ପୂର୍ବରୁ ମହିଳାମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବିକ୍ଷୋଭକାରୀମାନେ ବାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe