image source-- the week
ଇସଲାମାବାଦ: ଇସଲାମାବାଦର ରାଷ୍ଟ୍ରପତି ଭବନରେ ଏକଦା ସିନ୍ତ୍ରିଆ ଡି. ରିଚି ନାମକ ଜନୈକା ଆମେରିକୀୟ ବ୍ଲଗର ତଥା ପାକିସ୍ତାନ ଗବେଷିକାଙ୍କୁ ପାକିସ୍ତାନର ପୂର୍ବ ଗୃହମନ୍ତ୍ରୀ ରହମାନ ମଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସିନ୍ତ୍ରିଆ ରହମାନଙ୍କ ବିରୋଧରେ ସିଧାସଳଖ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ୟୁସୁଫ୍ ରାଜା ଗିଲାନି ମଧ୍ୟ ତାଙ୍କୁ ଅସଦାଚରଣ କରିଥିଲେ ବୋଲି ନିଜେ ସିନ୍ତ୍ରିଆ ଟ୍ବିଟ୍ କରିଛନ୍ତି। ତେବେ ଏହି ଅଭିଯୋଗକୁ ଗିଲାନି ଖଣ୍ତନ କରିଛନ୍ତିା ତାଙ୍କ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଥିବା ସିନ୍ତ୍ରିଆ ଏଥିପାଇଁ ନିଜକୁ ଲଜ୍ଜିତ ବୋଧ କରିବା ଉଚିତ ବୋଲି ଗିଲାନି କହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ କ'ଣ କେବେ ରାଷ୍ଟ୍ରପତି ଭବନରେ ଏପରି ଘୃଣ୍ୟ କର୍ମ କରିପାରନ୍ତି ବୋଲି ଗିଲାନି ପ୍ରଶ୍ନ କରିଛନ୍ତିା ସେ ସମୟରେ ସେ ରାଷ୍ଟ୍ରପତି ଭବନକୁ ଯାଇଥାଇପାରନ୍ତି। ତେବେ କୌଣସି ପ୍ରତିନିଧିମଣ୍ତଳ ସହ ସେ ଯାଇଥିବୋ ସୁତରାଂ ସମସ୍ତଙ୍କ ଉପସ୍ଥିତିରେ ଏପରି କୁକର୍ମ କରିବା କ'ଣ ସମ୍ଭବ ବୋଲି ଗିଲାନି ସଫେଇ ଦେଇଛନ୍ତିା ତେବେ ଏଥିପାଇଁ ସିନ୍ତ୍ରିଆ ବିଧିବଦ୍ଧ ଭାବେ ଆଇନର ଆଶ୍ରୟ ନନେଇ ସାମାଜିକ ଗଣମାଧ୍ୟମରେ କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏଭଳି ଗୁଜବ ଉଠାଇଛନ୍ତି ବୋଲି ଗିଲାନି କ୍ଷୋଭ ପ୍ରକାଶ କରିଛନ୍ତିା
Follow Us