ମହିଳା ସାଂସଦଙ୍କ ଅଭିଯୋଗ: ଶିବସେନା ସାଂସଦ ଏସିଡ୍‌ ଆକ୍ରମଣ ଧମକ ଦେଇଛନ୍ତି

ମହିଳା ସାଂସଦଙ୍କ ଅଭିଯୋଗ: ଶିବସେନା ସାଂସଦ ଏସିଡ୍‌ ଆକ୍ରମଣ ଧମକ ଦେଇଛନ୍ତି

ନୂଆଦିଲ୍ଲୀ: ଅମରାବତୀର ସ୍ବାଧୀନ ସାଂସଦ ନବନୀତ କୌର ରାଣା ଶିବସେନା ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ସରକାର ବିରୋଧରେ ଗୃହରେ କିଛି କହିଲେ ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ତାଙ୍କ ଉପରକୁ ଏସିଡ୍‌ ଆକ୍ରମଣ ହେବ ବୋଲି ସାୱନ୍ତ ଧମକ ଦେଇଥିବା ନବନୀତ କହିଛନ୍ତି। ଶିବସେନା ସାଂସଦ ସାୱନ୍ତଙ୍କ ବିରୋଧରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନବନୀତ ଦାବି କରିଛନ୍ତି। ରାଣା ଲୋକସଭାରେ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ଭାଜେ ଏବଂ ମହାରାଷ୍ଟ୍ର ସରକାର ପ୍ରସଙ୍ଗ ଉଠାଇବାରୁ ସାୱନ୍ତ ଏଥିରେ ରାଗି ଯାଇଥିଲେ। ଲୋକସଭା ଲବିରେ ବସିଥିବା ବେଳେ ସାଂସଦ ସାୱନ୍ତ ତାଙ୍କୁ ଧମକ ଦେଇଥିବା ନବନୀତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe