Image Courtesy of India Ahead
ନୂଆଦିଲ୍ଲୀ: ଭାରତ-ଚୀନ୍ ଦ୍ବିପାକ୍ଷିକ ସମ୍ପର୍କ ସ୍ବାଭାବିକ କରିବା ନିମନ୍ତେ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସମ୍ପୂର୍ଣ୍ଣ ସେନା ଅପସାରଣ ଆବଶ୍ୟକ ବୋଲି ଆଜି ଚୀନା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ବୈଠକ ବେଳେ ଭାରତର ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍ ଗୁରୁତ୍ବାରୋପ କରି କହିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ସାମ୍ପ୍ରତିକ ପରିସ୍ଥିତିରେ ପାରସ୍ପରିକ ସ୍ବାର୍ଥରେ ବ୍ୟାଘାତ ଘଟୁଛି ବୋଲି କହିବା ସହ ଡୋଭାଲ୍ କହିଛନ୍ତି ଯେ, ଶାନ୍ତି ଓ ସ୍ଥିରତା ଫେରିଲେ ପରସ୍ପର ପରସ୍ପରର ବିଶ୍ବାସଭାଜନ ହେବେ। ବିଶ୍ବାସ ଆସିଲେ ସମ୍ପର୍କରେ ଉନ୍ନତି ଘଟିବ।
Image Courtesy of The Economic Timesଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିବା ପୂର୍ବରୁ ୱାଙ୍ଗ୍ ୟି ଡୋଭାଲ୍ଙ୍କୁ ଭେଟିଥିଲେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ଲୋକେ କହିଛନ୍ତି। ଡୋଭାଲ୍ ଆହୁରି ମଧ୍ୟ କହିଛନ୍ତି ଯେ, କୂଟନୈତିକ ଏବଂ ସାମରିକସ୍ତରୀୟ ଆଲୋଚନା ସକାରାତ୍ମକ ଦିଗରେ ଗତି କଲେ ଶାନ୍ତି ଓ ସ୍ଥିରତା ଆସିବ। ଏହା ହେଉଛି ସମ୍ପର୍କ ସ୍ବାଭାବିକ କରିବା ପାଇଁ ପ୍ରଧାନ ଆବଶ୍ୟକତା।
ଚୀନ୍ର ପଦକ୍ଷେପ ଯେପରି ପାରସ୍ପରିକ ନିରାପତ୍ତା ଉଲ୍ଲଂଘନ ନ କରେ ସେଥିପ୍ରତି ସୁନିଶ୍ଚିତ ହେବାକୁ ଡୋଭାଲ୍ ୱାଙ୍ଗ୍ଙ୍କୁ କହିଛନ୍ତି। ଆଲୋଚନା ଜାରି ରଖି ବାକି ରହିଥିବା ସମସ୍ୟାଗୁଡ଼ିକୁ ଯଥା ସମ୍ଭବ ଶୀଘ୍ର ସମାଧାନ କରାଯିବା ଉଚିତ ବୋଲି ଡୋଭାଲ୍ ପରାମର୍ଶ ଦେଇଛନ୍ତି।
Follow Us