ସଂକ୍ରମଣ ବଢ଼ିବାରୁ ଛତିଶଗଡ଼ର ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

Advertisment
ସଂକ୍ରମିତ ହୋଇନଥିବା ବ୍ୟକ୍ତି କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି

Sky News

ନୂଆଦିଲ୍ଲୀ: ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରୁ ଭୁ‌ପେଶ ବାଘେଲଙ୍କ ନେତୃତ୍ବାଧୀନ ଛତିଶଗଡ଼ ସରକାର ଆଜି ରାଜ୍ୟର ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁର ସମେତ ୧୦ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜିଠାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଏହା ଜାରି ରହିବ। ରାୟପୁରରେ ଦିନକୁ ପ୍ରାୟ ୧ ହଜାର ସଂକ୍ରମଣ ମାମଲା ଚିହ୍ନଟ ହେଉଥିବାରୁ ରାୟପୁରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି। ରାୟପୁର ଜିଲ୍ଲାପାଳ ଏସ୍‌ ଭାରତୀ ଦସନ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ଏହା କୁହାଯାଉଛି ଯେ, ସଂକ୍ରମଣର ଚେନ୍‌ ଭାଙ୍ଗିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାୟପୁରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିବା ଆବଶ୍ୟକତା ପଡ଼ିଲା ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ ସମୟ‌ରେ ରାୟପୁରର ଆନ୍ତରାଜ୍ୟ ସୀମା ଗୁଡ଼ିକ ସିଲ୍‌ ହୋଇଯିବ। ସମସ୍ତ ଅଫିସ୍‌ ଗୁଡ଼ିକ ବନ୍ଦ ରହିବ। ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ ଅଫିସ୍‌ ବନ୍ଦ ରହିବ। କେବଳ ମେଡିସିନ୍‌ ଦୋକାନ ଖୋଲା ରହିବ। ସରକାରୀ ଯାନବାହନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଘରୋଇ ସଂସ୍ଥାର ଯାନବାହନକୁ ପେଟ୍ରୋଲ୍‌ ପମ୍ପ୍‌ରେ ପେଟ୍ରୋଲ୍‌ ମିଳିବ ବୋଲି ନିର୍ଦ୍ଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe