୧୦ ଦିନ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ଶେଷ କର: ସୁପ୍ରିମ୍‌ କୋର୍ଟ

୧୦ ଦିନ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ଶେଷ କର: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୧୦ ଦିନ ମଧ୍ୟରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ସାରିବାକୁ ସେଣ୍ଟ୍ରାଲ୍‌ ଭିଜିଲାନ୍‌ସ୍‌ କମିସନ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି ଭାରତର ପ୍ରଧାନ ବିଚାରପତି। ଏହାଛଡ଼ା ମଧ୍ୟବର୍ତ୍ତୀକାଳୀନ ସିବିଆଇ ନିର୍ଦେଶକ ନାଗେଶ୍ୱର ରାଓ କୌଣସି ନୀତି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ ବୋଲି ସିବିଆଇର ପୂର୍ବତନ ନିର୍ଦେଶକ ଆଲୋକ କୁମାର ବର୍ମାଙ୍କର ପିଟିସନ୍‌ ଉପରେ ଶୁକ୍ରବାର ଦିନ ରାୟ ଶୁଣାଇ କହିଛନ୍ତି ସୁପ୍ରିମ୍‌ କୋର୍ଟ।

ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତି ଏ କେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଦୁଇ ସପ୍ତାହ ମଧ୍ୟରେ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗର ତଦନ୍ତ ସରିବା ପରେ ଦୀପାବଳି ଛୁଟି ପରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଏହି ମାମଲାର ରାୟ ଶୁଣାଯିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଏହି ସମୟ ଅବଧି ମଧ୍ୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ ଏମ୍‌ ନାଗେଶ୍ୱର ରାଓ ସିବିଆଇକୁ ଚଳାଇ ରଖିବାକୁ କେବଳ ଅତ୍ୟାବଶକ ଧରାବନ୍ଧା କାମ କରିବେ। ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ମାମଲାର ଜାତୀୟ ଗୁରୁତ୍ୱ ଥିବା ଦୃଷ୍ଟିରୁ ଏଥିରେ ବିଳମ୍ବ କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ବିଚାରପତି ଏସ୍‌ କେ କାଉଲ୍‌ ଏବଂ କେ ଏମ୍‌ ଜୋସେଫ୍‌ କହିଲେ କି, ଜଣେ ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତି ସିଭିସି ତଦନ୍ତର ତତ୍ତ୍ୱାବଧାନ କରିବେ। କାରଣ ଏହି ମାମଲା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଏହାଛଡ଼ା ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକ ଆଜି ଯାଏଁ କ’ଣ କ’ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ଏକ ମୁଦଦିଆ ଲଫାପାରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ।

ଆଲୋକ ବର୍ମାଙ୍କ ତରଫରୁ ଓକିଲ ଫଲି ନରିମ୍ୟାନ୍‌ ମୋକଦ୍ଦମା ଲଢୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe