ମାରିୟୁପୋଲ୍‌ରେ ରୁଷ୍‌ ନିକଟରେ ଆତ୍ମସମର୍ପଣ କରିଥିବା ୟୁକ୍ରେନୀୟ ସୈନିକଙ୍କ ପାଇଁ ଦୁଃଶ୍ଚିନ୍ତା ବଢୁଛି

ମାରିୟୁପୋଲ୍‌ରେ ରୁଷ୍‌ ନିକଟରେ ଆତ୍ମସମର୍ପଣ କରିଥିବା ୟୁକ୍ରେନୀୟ ସୈନିକଙ୍କ ପାଇଁ ଦୁଃଶ୍ଚିନ୍ତା ବଢୁଛି

Image Courtesy of NDTV

ମାରିୟୁପୋଲ୍‌: ମାରିୟୁପୋଲ୍‌ସ୍ଥିତ ଆଜୋବ୍‌ସ୍ତାଲ୍‌ ଇସ୍ପାତ କାରଖାନାରେ ଚାରି ସପ୍ତାହର ପ୍ରତିରୋଧ ନିଷ୍ଫଳ ହେବା ପରେ ରୁଷୀୟ ସେନାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୨୫୦ରୁ ଅଧିକ ୟୁକ୍ରେନୀୟ ସୈନିକମାନଙ୍କ ନିରାପତ୍ତା ସଂକ୍ରାନ୍ତରେ ଆଜି ଦୁଃଶ୍ଚିନ୍ତା ବୃଦ୍ଧି ପାଇଛି।

ୟୁକ୍ରେନୀୟ ସୈନିକମାନଙ୍କର ଆତ୍ମ ସମର୍ପଣ ପରେ ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌ ଚଳାଇଥିବା ସବୁଠୁ ଭୀଷଣ ବିପର୍ଯ୍ୟୟକାରୀ ଆକ୍ରମଣର ଅବସାନ ଘଟିଛି। ଆତ୍ମସମର୍ପଣ କରିଥିବା ୟୁକ୍ରେନୀୟ ସୈନିକମାନଙ୍କୁ ସୋମବାର ରାତିରେ ଇସ୍ପାତ କାରଖାନାରୁ ରୁଷୀୟ ଯୁଦ୍ଧଯାନ ସୁରକ୍ଷା ବଳୟରେ ବସ୍‌ ଯୋଗେ ବାହାରକୁ ନିଆଯାଇଛି। ସୈନିକମାନଙ୍କୁ ନେଇ ଯାଇଥିବା ୫ଟି ବସ୍‌ ରୁଷ୍‌ ଅଧିକୃତ ନଗରୀ ନୋଭାଓଜୋଭସ୍କ୍‌ ନଗରୀରେ ପହଞ୍ଚିଛି। ସେଠାରେ ଆହତ ସୈନିକମାନଙ୍କର ଚିକିତ୍ସା କରାଯିବ ବୋଲି ମସ୍କୋ କହିଛି।

publive-image Image Courtesy of Ukrinform

ୟୁକ୍ରେନୀୟ ସୈନିକମାନଙ୍କୁ ନେଇ ଯାଇଥିବା ଆଉ ୭ଟି ବସ୍ ଡୋନେତ୍‌ସ୍କ ନିକଟ ରୁଷ୍‌ ନିୟନ୍ତ୍ରଣାଧୀନ ନଗରୀ ଓଲେନିଭ୍‌କାରେ ନୂଆ ଖୋଲିଥିବା କାରାଗାରରେ ପହଞ୍ଚିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ରୁଷ୍‌ କହିଛି, ୫୧ଜଣ ସାଙ୍ଘାତିକ ଆହତ ସୈନିକମାନଙ୍କ ସମେତ ଅନ୍ୟୂନ ୨୫୬ଜଣ ୟୁକ୍ରେନୀୟ ସୈନିକ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି। କିନ୍ତୁ, ୟୁକ୍ରେନ୍‌ କହିଛି ଯେ, ୫୩ଜଣ ସାଙ୍ଘାତିକ ଆହତ ସୈନିକଙ୍କ ସମେତ ୨୬୪ଜଣ ସୈନିକଙ୍କୁ ଇସ୍ପାତ କାରଖାନାରୁ ନିଆଯାଇଛି।

ୟୁକ୍ରେନ୍‌ ସହ ବୁଝାମଣା ଆଲୋଚନା କରୁଥିବା ରୁଷ୍‌ର ଅନ୍ୟତମ ମଧ୍ୟସ୍ଥ ସାଂସଦ ଲିଓନିଡ୍‌ ସ୍ଲତ୍‌ସ୍କି ଉକ୍ତ ସ୍ଥାନାନ୍ତରିତ ସୈନିକମାନଙ୍କୁ ‘ମାନବରୂପୀ ବନ୍ୟଜନ୍ତୁ’। ସେମାନଙ୍କ ମୁଣ୍ଡକାଟ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe