ଯୌନ ନିର୍ଯାତନା ମାମଲାରେ ଦଣ୍ଡବିଧାନ ବୃଦ୍ଧି ଚିନ୍ତା : ଫରେନ୍‌ସିକ୍‌ ପ୍ରମାଣ ଉପରେ କେନ୍ଦ୍ରର ଗୁରୁତ୍ୱ

ଓଡ଼ିଶାକୁ ମିଳିଛି ୫୧୩ ଏସ୍‌ଏଇସି କିଟ୍‌

କଟକର ନାବାଳିକା ଛାତ୍ରୀଙ୍କୁ ନୟାଗଡ଼ ନେଇ ଦୁଷ୍କର୍ମ : ପୀଡ଼ିତା ଉଦ୍ଧାର; ଅଭିଯୁକ୍ତ ଗିରଫ

The Logical Indian

ନୂଆଦିଲ୍ଲୀ : ଜାତୀୟ ରେକର୍ଡ ଅପରାଧ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ ରିପୋର୍ଟ ଅନୁସାରେ ଦେଶରେ ୨୩,୧୮୩ଟି ନାରୀ ନିର୍ଯାତନା ମାମଲା ସମ୍ବାଦପତ୍ରର ଶିରୋନାମା ପାଲଟିଛି। କେନ୍ଦ୍ର ସରକାର ମହିଳାଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଉଥିବାବେଳେ ଏହି ରିପୋର୍ଟ ଏକ ନକାରାତ୍ମକ ଛବି ତିଆରି କରିଛି। ଅପରପକ୍ଷେ, ମହିଳା ନିର୍ଯାତନା ମାମଲାରେ ଦୋଷୀଙ୍କ ବିରୋଧରେ ଦଣ୍ଡ ବିଧାନର ହାର ମଧ୍ୟ କମ୍‌ ରହୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଫରେନ୍ସିକ୍‌ ପ୍ରମାଣ ଉପରେ ଅଧିକ ଜୋର୍‌ ଦେଇଛି। ଏ ସମ୍ପର୍କିତ ସର୍କୁଲାର ରାଜ୍ୟମାନଙ୍କୁ ପଠାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗୃହ ମନ୍ତ୍ରାଳୟର ମହିଳା ସୁରକ୍ଷା ଡିଭିଜନ ପକ୍ଷରୁ ଯୌନ ନିର୍ଯାତନା ମାମଲାର ତଦନ୍ତ ପ୍ରକ୍ରିୟାକୁ ଏକ ସମୟସୀମା ମଧ୍ୟରେ ସାରିବାକୁ ନିୟମିତ ବ୍ୟବଧାନରେ ରାଜ୍ୟମାନଙ୍କୁ ଅନୁରୋଧ କରାଯାଉଛି। ବିଶେଷକରି, ଆଧୁନିକ ଓ ବୈଜ୍ଞାନିକ ପ୍ରଣାଳୀରେ ଫରେନ୍ସିକ୍‌ ପ୍ରମାଣ ସଂଗ୍ରହ ସହିତ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ନିର୍ଯାତନା ମାମଲାରେ ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ପାଇଁ ଫରେନ୍‌ସିକ୍‌ ପ୍ରମାଣର ଗୁରୁତ୍ବ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ସର୍କୁଲାର ମାଧ୍ୟମରେ ପରାମର୍ଶ ଦିଆଯାଇଛି। ଏଥିପାଇଁ ରାଜ୍ୟମାନଙ୍କୁ ନିର୍ଭୟା ପାଣ୍ଠି ଜରିଆରେ ସେକ୍‌ସୁଆଲ ଆସଲ୍ଟ ଏଭିଡେନ୍ସ କଲେକ୍‌ସନ କିଟ୍‌ (ଏସଏଇସି) ବଣ୍ଟନ କରାଯାଇଛି। ଏସ୍‌ଏଇସି କିଟ୍‌ ଦ୍ୱାରା ଫରେନ୍‌ସିକ୍ ପ୍ରମାଣର ସଂଗ୍ରହ, ଏହାର ସଂରକ୍ଷଣ କରାଯାଇପାରିବ। ଏହାକୁ କିଭଳି ପ୍ରମାଣ ରୂପେ ନ୍ୟାୟାଳୟରେ ଉପସ୍ଥାପନ କରାଯିବ, ସେଥିପାଇଁ ରାଜ୍ୟ ପୋଲିସ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମୋଟ ୧୪୯୫୦ ଟି ଏସ୍‌ଏଇସି କିଟ୍ ବଣ୍ଟନ କରାଯାଇଛି। ଉତ୍ତରପ୍ରଦେଶକୁ ସର୍ବାଧିକ ୩୦୫୬ କିଟ୍ ବଣ୍ଟନ କରାଯାଇଥିବା ବେଳେ ଓଡ଼ିଶାକୁ ୫୧୩ଟି କିଟ୍ ଦିଆଯାଇଛି। ବଳାତ୍କାରମାନଙ୍କ ରକ୍ତ ଓ ସିମେନ୍ ନମୁନା ସଂଗ୍ରହ ପ୍ରମାଣ ଉଦ୍ଦେଶ୍ୟରେ କିଟ୍‌କୁ ଉପଯୋଗ କରାଯାଉଛି। ଆଧୁନିକ ପ୍ରକ୍ରିୟା ଅନୁସାରେ କିଟ୍ ଗୁଡ଼ିକର ଉପଯୋଗ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁରୁତ୍ୱାରୋପ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe