ଚିନ୍ତା ବଢ଼ାଉଛି ଓମିକ୍ରନ୍‌ର ନୂଆ ପ୍ରଜାତି ବିଏ.୨, ଅତି ଦ୍ରୁତ ସଂକ୍ରମଣ ଚେତାବନୀ ଦେଲେ ବିଶେଷଜ୍ଞ

Advertisment
୫୭ ରାଷ୍ଟ୍ରରେ ଓମିକ୍ରନ୍‌ର ବିଏ.୨-ପ୍ରଜାତି, ଡେଲ୍‌ଟା ପରି ମାରାତ୍ମକ ହେବନାହିଁ

fox5sandiego.com

ନୂଆଦିଲ୍ଲୀ : କରୋନା ସଙ୍କଟ ଭିତରେ ଓମିକ୍ରନ୍‌ର ନୂଆ ପ୍ରଜାତି ବିଏ.୨ ପ୍ରଜାତି ଏବେ ଭାରତର ଚିନ୍ତା ବଢ଼ାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଦେଶରେ ଓମିକ୍ରନ୍‌ର ଉପ ପ୍ରଜାତି ବିଏ.୨ର ସଂକ୍ରମଣ କାୟା ବିସ୍ତାର କରୁଛି ଏବଂ ଏହା ବହୁତ ବିପଜ୍ଜନକ ରୂପ ମଧ୍ୟ ନେଇପାରେ। ଓମିକ୍ରନ୍‌ ତୁଳନାରେ ଏହା ଅଧିକ ଦ୍ରୁତ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ପୂର୍ବ ଭଳି ବ୍ୟକ୍ତିଗତ ସ୍ତରରେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ଓମିକ୍ରନ୍‌ର ଉପ ପ୍ରଜାତି ବିଏ.୨ ମାମଲା ଏବେ ବିଏ.୧ ତୁଳନାରେ ଅଧିକ ମିଳୁଛି। ତେବେ ଭାରତରେ ବିଏ.୩ ଉପ ପ୍ରଜାତିର କୌଣସି ମାମଲା ଚିହ୍ନଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe