ଚିନ୍ତା ବଢ଼ାଇଲାଣି କେରଳ ସଂକ୍ରମଣ: ଦିନକରେ ୬,୮୧୫ ମାମଲା

Advertisment
ଚିନ୍ତା ବଢ଼ାଇଲାଣି କେରଳ ସଂକ୍ରମଣ: ଦିନକରେ ୬,୮୧୫ ମାମଲା

ନୂଆଦିଲ୍ଲୀ : କେରଳ ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦେଶରେ ଦୈନିକ ସଂକ୍ରମଣ ମାମଲା କମୁଥିବାବେଳେ କେରଳରେ ସଂକ୍ରମଣ ବଢ଼ୁଛି। କେରଳରେ ଗତ ମଙ୍ଗଳବାର ୬,୮୧୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ସଂକ୍ରମଣ ବଢ଼ିବାରୁ‌ କେରଳରେ ଟେଷ୍ଟିଂ ବଢ଼ିଛି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା କହିଛନ୍ତି, କେରଳରେ ମୋଟ୍‌ ସଂକ୍ରମଣ ମାମଲା ୮,୬୩,୯୫୮ ପହଞ୍ଚିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୭,୯୦,୭୫୭ ରହିଛି। ୬୯,୬୯୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାମାନଙ୍କ ମଧ୍ୟରେ ଏର୍ନାକୁଲମ୍‌, କୋଝିକୋଡ୍‌, କୋଟ୍ଟାୟମ ଏବଂ ପଥନମଥିତ୍ତରୁ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ଅନ୍ୟପକ୍ଷେ ଦେଶରେ ସାପ୍ତାହିକ ସଂକ୍ରମଣ ମାମଲା ୧ ଲକ୍ଷରୁ କମ୍‌ ରହିଛି। ଏଥିରୁ ୪୦ ପ୍ରତିଶତ ପ୍ରାୟ କେରଳର। ଜୁନ୍‌ ୨୦୨୦ ପରେ ପ୍ରଥର ଥର ପାଇଁ ଦେଶରେ ସାପ୍ତାହିକ ଦୈନିକ ସଂକ୍ରମଣ ମାମଲା ୧ଲକ୍ଷରୁ କମ୍‌ ରହିଛି। ଗତ ୭ ଦିନର ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ୧,୧୦୦ ଲୋକଙ୍କ ମୃତ୍ୟୁ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe