‌ଚିନ୍ତା ବଢ଼ାଇଲା ଡାକ୍ତରଙ୍କ ଅସୁସ୍ଥତା, ବେଙ୍ଗାଲୁରୁ ଘରୋଇ ହସ୍ପିଟାଲ୍‌ରେ ୪୪ ଡାକ୍ତରରୁ ମାତ୍ର ୫ ଉପସ୍ଥିତ

Advertisment
ଡାକ୍ତର ବାଚସ୍ପତି ଚାକିରିରୁ ବହିଷ୍କୃତ

Red Deer Advocate

ବେଙ୍ଗାଲୁରୁ: କରୋନା ଲଢ଼େଇରେ ଡାକ୍ତରଙ୍କ ଭୂମିକା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଡାକ୍ତରଙ୍କ ଅସୁସ୍ଥତା ଏବେ ଚିନ୍ତା ବଢ଼ାଇଲାଣି। ବେଙ୍ଗାଲୁରୁ ଶିବାଜୀନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ହସ୍ପିଟାଲ୍‌ର ମହାମାରୀ ୱାର୍ଡ‌୍‌ରେ କରୋନା ରୋଗୀଙ୍କ ପାଇଁ ୮୦ ଟି ବେଡ୍ ବ୍ୟବସ୍ଥା ରହିଛି। କିନ୍ତୁ ହସ୍ପିଟାଲ୍‌ରେ ଡାକ୍ତର ଏବଂ ନର୍ସ‌୍‌ମାନଙ୍କ ଘୋର୍‌ ଅଭାବ ଦେଖା ଦେଇଛି। ଉକ୍ତ ହସ୍ପିଟାଲ୍‌ରେ ୪୪ ଜଣ ଡାକ୍ତର ଏବଂ ୨୦ ଜଣ ନର୍ସ‌୍‌ଙ୍କ ମଧ୍ୟରୁ ଏବେ ମାତ୍ର ୫ ଜଣ ଡାକ୍ତର ଏବଂ ୧୨ ଜଣ ନର୍ସ‌୍ ହସ୍ପିଟାଲ୍‌ରେ ଅଛନ୍ତି।

ଅନ୍ୟ ଡାକ୍ତରମାନେ ହସ୍ପିଟାଲ୍‌ ଅସୁନାହାନ୍ତି। ସେମାନେ ସମସ୍ତେ ଭିଡିଓ କଲ୍‌ରେ ରୋଗୀଙ୍କର ଦେଖାଶୁଣା କରିବାକୁ ଚାହାନ୍ତି। ବ୍ୟକ୍ତିଗତ ଭାବେ ହସ୍ପିଟାଲ୍‌ ଆସିବାପାଇଁ ସେମାନେ ପସ୍ତୁତ ନୁହନ୍ତି। ଶିବାଜୀନଗର ଏଚ୍‌ବିଏସ୍‌ ହସ୍ପିଟାଲ୍‌ ମ୍ୟାନେଜିଂ ଟ୍ରଷ୍ଟି ଡ. ତାହା ମାଟିନ୍‌ ତାଙ୍କ ହସ୍ପିଟାଲ୍‌ ଆଇସିୟୁରୁ ଏକ ଭିଡିଓ ବାର୍ତ୍ତା ହ୍ବାଟ୍ସଆପ୍‌, ଟ୍ବିଟର ଏବଂ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ହସ୍ପିଟାଲ୍‌ରେ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଏବଂ ନର୍ସ‌୍‌ମାନଙ୍କର ‌ଘୋର ଅଭାବ ଦେଖାଦେଇଛି। ହସ୍ପିଟାଲ୍‌ରେ ୮ ଜଣ ଗୁରୁତର ଅଛନ୍ତି। କିନ୍ତୁ ସେମାନଙ୍କ ଚିକିତ୍ସା ପାଇଁ ଖୁବ୍‌ କମ୍‌ କର୍ମର୍ଚାରୀ ଅଛନ୍ତି। ସେ କହିଛନ୍ତି ତାଙ୍କ ହସ୍ପିଟାଲ୍‌ରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି କିନ୍ତୁ ଡାକ୍ତରଙ୍କ ଅଭାବରୁ ହସ୍ପିଟାଲ୍‌ରେ ଅଧିକ ରୋଗୀଙ୍କୁ ଆଡମିଟ୍‌ କରାଯାଇପାରୁନି। ଡା ମାଟିନ୍‌ କହିଛନ୍ତି ତାଙ୍କ ହସ୍ପିଟାଲ୍‌ରେ ଅନୁପସ୍ଥିତ ଥିବା ସମସ୍ତ ଡାକ୍ତରମାନେ ଏବେ ଅସୁସ୍ଥ ଅଛନ୍ତି। କାହାର ଜ୍ବର ଥିବାବେଳେ କାହାର ମୁଣ୍ଡବିନ୍ଧା ଏବଂ ଅନ୍ୟ କାହାର ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ରହିଛି। ତେବେ ଖାଲି ଏଚ୍‌ବିଏସ୍‌ ହସ୍ପିଟାଲ୍‌ ନୁହେଁ ଦେଶର ଅନେକ ହସ୍ପିଟାଲ୍‌ରେ ଡାକ୍ତର ଏବଂ ନର୍ସ‌୍‌ମାନଙ୍କର ଅଭାବ ସମସ୍ୟା ବଢ଼ାଇଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe