ରାଜପଥ ଅବସ୍ଥା ଏଡ଼େ କଦର୍ଯ୍ୟ ଯେ ଟ୍ରେନ୍‌ରେ ଯିବାକୁ ଯୋଜନା କଲି: ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ରାଜପଥ ଅବସ୍ଥା ଏଡ଼େ କଦର୍ଯ୍ୟ ଯେ ଟ୍ରେନ୍‌ରେ ଯିବାକୁ ଯୋଜନା କଲି: ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Image Courtesy of Zee News

ଚେନ୍ନାଇ: ଚେନ୍ନାଇରୁ ରାଣୀପେଟ୍‌ ଜାତୀୟ ରାଜପଥର ଅବସ୍ଥା ଏଡ଼େ କଦର୍ଯ୍ୟ ଯେ, ଅଳ୍ପ ଦିନ ତଳେ କିଛି ଅଞ୍ଚଳକୁ ଗସ୍ତ କରିବା ପାଇଁ ମୋତେ ଟ୍ରେନ୍‌ରେ ଯିବାକୁ ପଡ଼ିଲା ବୋଲି ଉଲ୍ଲେଖ କରି ଶନିବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ‌. ଷ୍ଟାଲିନ୍‌ କେନ୍ଦ୍ର ସଡ଼କ ପରିବହ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି।

ଷ୍ଟାଲିନ୍‌ ଲେଖିଛନ୍ତି, ଚେନ୍ନାଇରୁ ରାଣୀପେଟ୍‌କୁ ପଡ଼ିଥିବା ରାଜପଥର ସେ ଅଂଶଟି ଯୋଗାଯୋଗ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ। ଏହି ରାସ୍ତାରେ ଚେନ୍ନାଇ ସହର ଓ ତା’ର ବିଭିନ୍ନ ବନ୍ଦର ଏବଂ ବନ୍ଦରରୁ କାଞ୍ଚିପୁରମ୍‌, ଭେଲୋର୍‌, ରାଣୀପେଟ୍‌, ହୋସୁର୍‌ ଏବଂ କୃଷ୍ଣଗିରି ଆଦି ଶିଳ୍ପାଞ୍ଚଳକୁ ଯାତାୟାତ କରାଯାଏ। କିନ୍ତୁ, ଏ ସଂକ୍ରାନ୍ତରେ ସଂସଦରେ ‘ଡିଏମ୍‌କେ’ ସାଂସଦ ଦୟାନିଧି ମାରାନ୍‌ କରିଥିବା ଅନୁରୋଧ ଉପରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତର ଥିଲା ଅତି ସାଧାରଣ ଓ ପ୍ରତିଶ୍ରୁତି ରହିତ।

publive-image Image Courtesy of NDTV

ଏ କଥା ଉପରେ ଗୁରୁତ୍ବାରୋପ କରି ଷ୍ଟାଲିନ୍‌ କହିଛନ୍ତି ଯେ, ଦୁଃଖର ବିଷୟ ସଂସଦରେ ଗଡ଼କରୀଙ୍କ ଏତାଦୃଶ ଉତ୍ତରରୁ ଧାରଣା ହେଲା ଯେ, ସତେ ଅବା ରାଜ୍ୟ ପ୍ରଶାସନ ‘ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ’କୁ (ଏନ୍‌ଏଚ୍‌ଏଆଇ) ସହଯୋଗ କରୁନାହାନ୍ତି।

ଷ୍ଟାଲିନ୍‌ କହିଛନ୍ତି, ଠିକାଦାରୀ ସମସ୍ୟା ଯୋଗୁଁ ୪ ନମ୍ବର ଜାତୀୟ ରାଜପଥର ଶ୍ରୀପେରୁମ୍ବୁଦୁର୍‌ ରୁ ୱାଲାଜପେଟ୍‌ ପର୍ଯ୍ୟନ୍ତ ଚାଲିଥିବା ୬ ଥାକିଆ (ସିକ୍ସ‌-ଲେନିଙ୍ଗ୍‌) କାର୍ଯ୍ୟ ବନ୍ଦ ‌ରହିଥିବାରୁ ରାସ୍ତାଘାଟର ଏଭଳି କଦର୍ଯ୍ୟ ଅବସ୍ଥା ହୋଇଛି।

ରାଜପଥର ନିମ୍ନ ଧରଣର ରକ୍ଷଣ‌ାବେକ୍ଷଣ ଯୋଗୁଁ ୨୦୨୦ ଡିସେମ୍ବର ମାସରେ ମାଡ୍ରାସ ହାଇକୋର୍ଟ ଶ୍ରୀପେରୁମ୍ବୁଦୁର ଓ ଚେନ୍ନାସମୁଦ୍ରମ୍‌ ଟୋଲ୍‌ ପ୍ଲାଜା ୫୦% ହ୍ରାସ କରିଥିଲେ। ରାସ୍ତାର କଦର୍ଯ୍ୟ ଅବସ୍ଥା ଓ ସେଥିଯୋଗୁଁ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ‘ଏନ୍‌ଏଚ୍‌ଏଆଇ’ର ସୁଖ୍ୟାତିରେ ଦୁର୍ନାମ ଆଣିଛି। ନଚେତ ଆମ ରାଜ୍ୟରେ ‘ଏନ୍‌ଏଚ୍‌ଏଆଇ’ ଅତି ଚମତ୍କାର କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe