ଭାବି ଶ୍ଵଶୁରଙ୍କ ଏସବୁ ସର୍ତ୍ତ ଶୁଣି କନ୍ୟାକୁ ନ ନେଇ ଖସିପଳାଇଲା ବର

Advertisment
ଭାବି ଶ୍ଵଶୁରଙ୍କ ଏସବୁ ସର୍ତ୍ତ ଶୁଣି କନ୍ୟାକୁ ନ ନେଇ ଖସିପଳାଇଲା ବର

ଝାନ୍ସୀ: ଝିଅଟିଏ ହେଲେ କିଭଳି ତାହାର ବିବାହ କରି ଶାଶୂଘରକୁ ପଠାଇବେ, ଏହା ସବୁ ବାପାଙ୍କର ସ୍ବପ୍ନ ଥାଏ | ଜିଇଁ ଥାଉ ଥାଉ ଝିଅର ବିବାହ ଦାୟିତ୍ୱ କିଭଳି ସମ୍ପନ୍ନ କରିବେ, ସେ ବିଷୟରେ ଝିଅର ବାପଟିଏ ସବୁଠାରୁ ଅଧିକ ଚିନ୍ତା କରିଥାଏ | କିନ୍ତୁ ଉତ୍ତରପ୍ରଦେଶର ଝାନ୍ସୀରେ ବିବାହ ସମୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ବିବାହ ପରେ କନ୍ୟା ପିତା ବର ଆଗରେ ଏପରି ତିନୋଟି ସର୍ତ୍ତ ରଖିଥିଲେ, ଯାହାକୁ ଶୁଣିବା ପରେ ବର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଏବଂ ସେମାନେ ସର୍ତ୍ତ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରେ ସେଠାରେ ଝଗଡା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ବର ଏକୁଟିଆ କନ୍ୟାକୁ ନ ନେଇ ତାଙ୍କ ଘରକୁ ଚାଲିଯାଇଥିଲେ |

ଝାନ୍ସୀ ପୁଲିସ ଷ୍ଟେସନ ଅନ୍ତର୍ଗତ ବରୁଆସାଗର ଅଂଚଳରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମହେନ୍ଦ୍ର ସେନଙ୍କ ପୁଅ ମାନବେନ୍ଦ୍ର ସେନଙ୍କର ଜୁନ ୬ରେ ବିବାହ ହୋଇଥିଲା | ଖୁବ ଧୂମଧାମରେ ବିବାହ ସାରିଥିଲା | କିନ୍ତୁ ଯେତେବେଳେ ଝିଅକୁ ବିଦାୟ ଦେବାର ସମୟ ଆସିଲା, ସେତେବେଳେ କନ୍ୟା ପିତା ବର ଆଗରେ ତିନୋଟି ସର୍ତ୍ତ ରଖିଥିଲେ।

ଏସବୁ ଥିଲା ସର୍ତ୍ତ
ପ୍ରଥମ ସର୍ତ୍ତ- ବିବାହ ପରେ ବର ଏବଂ କନ୍ୟା ଶାରୀରିକ ସମ୍ପର୍କ ରଖିବେ ନାହିଁ |
ଦ୍ୱିତୀୟ ସର୍ତ୍ତ - କନ୍ୟାର ସାନ ଭଉଣୀ ମଧ୍ୟ ତାଙ୍କ ସହିତ ଯାଇ ସେଠାରେ ରହିବେ |
ତୃତୀୟ ସର୍ତ୍ତ - ଯେତେବେଳେ ବି କନ୍ୟା ପିତା ତାଙ୍କ ଶ୍ୱଶୁରଘରକୁ ଆସିପାରିବେ | ତାଙ୍କୁ କେହି ମନା କରିପାରିବେ ନାହିଁ |

ଏସବୁ ସର୍ତ୍ତ ଶୁଣି ବର ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ବର ପିତା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ କୌଣସି ସମାଧାନ ବାହାରିପାରିନଥିଲା | ଶେଷରେ, ବର ମଧ୍ୟ ଜିଦ୍ ଧରି ସର୍ତ୍ତଗୁଡିକ ଗ୍ରହଣ କରିବାକୁ ମନା କରିଦେଇଥିଲେ | ବର୍ତ୍ତମାନ ବର ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି ଯେ ସେମାନେ ବୋହୂକୁ ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଦେଇଥିଲେ। ସେହି ଅଳଙ୍କାର ସବୁ ଫେରାଇଦିଆଯାଉ | ଥାନା ଅଧିକାରୀ କହିଛନ୍ତି ଯେ ଅଭିଯୋଗ ଆସିଛି, ସମଗ୍ର ଘଟଣାର ଅନୁସନ୍ଧାନ କରାଯାଉଛି, ଏହା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe