କୁକୁରଟିଏ ମଲେ ବି ଶୋକବାର୍ତ୍ତା ଆସୁଛି, କିନ୍ତୁ ୬୦୦ କୃଷକଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ବିବ୍ରତ ନୁହନ୍ତି: ସତ୍ୟପାଲ୍‌ ମଲିକ

କୁକୁରଟିଏ ମଲେ ବି ଶୋକବାର୍ତ୍ତା ଆସୁଛି, କିନ୍ତୁ ୬୦୦ କୃଷକଙ୍କ ମୃତ୍ୟୁରେ କେନ୍ଦ୍ର ସରକାର ବିବ୍ରତ ନୁହନ୍ତି: ସତ୍ୟପାଲ୍‌ ମଲିକ

ଜୟପୁର: କୁକୁରଟିଏ ମଲେ ବି ଦିଲ୍ଲୀର ନେତାମାନେ ଶୋକବାର୍ତ୍ତା ପଠାଉଛନ୍ତି କିନ୍ତୁ, ୩ଟି ବିବାଦୀୟ କୃଷି ଆଇନ ବିରୋଧରେ ପ୍ରତିବାଦ କରି ମୃତ୍ୟୁ ବରଣ କରିଥିବା ୬୦୦ କୃଷକଙ୍କ ପାଇଁ ସେମାନେ ବ୍ୟସ୍ତ ନୁହନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ମେଘାଳୟର ରାଜ୍ୟପାଳ ସତ୍ୟପାଲ୍‌ ମଲିକ କହିଛନ୍ତି।

publive-image Image Courtesy of India Today

ଜୟପୁରର ବିର୍ଲା ଅଡିଟରିୟମ୍‌ରେ ରବିବାର ଦିନ ଜୟପୁରର ‌‘ତେଜା ଫାଉଣ୍ଡେସନ୍‌’ ଆୟୋଜିତ କାର୍ଯ୍ୟକ୍ରମରେ ମଲିକ କହିଲେ, ଆଜି ପର୍ଯ୍ୟନ୍ତ ଏ ଭଳି ବଡ଼ ଧରଣର ଆନ୍ଦୋଳନ ହୋଇନାହିଁ। ଏଯାବତ୍ କୃଷକମାନଙ୍କ ଆନ୍ଦୋଳନରେ ୬୦୦ ବ୍ୟକ୍ତି ସହିଦ ହେଲେଣି। ମହାରାଷ୍ଟ୍ର ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁବରଣ କରିଥିବା

publive-image Image Courtesy of National Herald

୫/୭ଜଣ ଲୋକଙ୍କ ପାଇଁ ଦିଲ୍ଲୀ ନେତାମାନେ ଶୋକବାର୍ତ୍ତା ପଠାଇଲେ।  ପ୍ରାଣୀଟିଏ ମଲେ ଦିଲ୍ଲୀ ନେତାମାନଙ୍କ ଠାରୁ ଶୋକବାର୍ତ୍ତା ଆସୁଛି। ଆମ କୃଷକମାନଙ୍କ ମଧ୍ୟରୁ ୬୦୦ଜଣ ସହିଦ ହୋଇଗଲେ କିନ୍ତୁ, ଦିଲ୍ଲୀରୁ ବାର୍ତ୍ତା ଆସିଲା ନାହିଁ। ଦିଲ୍ଲୀରେ ଶାସନ କରୁଥିବା ନେତାମାନେ ଥାଇ କି ଲାଭ?

‘ଭାରତୀୟ କିଷାନ୍‌ ସଙ୍ଘ’ର ନେତା ରାକେଶ ଟିକାୟତ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପାଇଁ ଭାରତ ସରକାରଙ୍କ ଠାରୁ ଶୋକବାର୍ତ୍ତା ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe