କଣ୍ଡୋମ ହମାସର ଏକ ଅସ୍ତ୍ରରେ ପରିଣତ ହୋଇଥିଲା: ଟ୍ରମ୍ପଙ୍କ ସରକାର ଲାଗୁ କଲେ ପ୍ରତିବନ୍ଧକ

ହ୍ବାଇଟ ହାଉସର ପ୍ରେସ୍ ସଚିବ କାରୋଲିନ ଲେଭିଟ ୨୮ଜାନୁୟାରୀ ମଙ୍ଗଳବାର ଦିନ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗାଜାରେ କଣ୍ଡୋମ ପାଇଁ ୫ କୋଟି ଡଲାର ଖର୍ଚ୍ଚ ହେବ। ସେ ସରକାରୀ ଦକ୍ଷତା ବିଭାଗର ଏକ ରିପୋର୍ଟକୁ ଦର୍ଶାଇ ଆମେରିକାର ଟିକସଦାତାଙ୍କର ଅର୍ଥର ଅପଚୟ ବୋଲି କହିଛନ୍ତି...

ଅଦ୍ୟତନ ହୋଇଛି
Condoms are becoming a weapon of Hamas: Trump's administration imposes restrictions

Condoms are becoming a weapon of Hamas: Trump's administration imposes restrictions Photograph: (sambad.in)

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଆମେରିକାର ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ବିଦେଶୀ ସହାୟତା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବିରୋଧୀମାନେ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ଏହି ନିଷ୍ପତ୍ତି ସାରା ବିଶ୍ୱର କଲ୍ୟାଣ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଇବ।

ତେବେ ହ୍ବାଇଟ ହାଉସର ପ୍ରେସ୍ ସଚିବ କାରୋଲିନ ଲେଭିଟ ଜାନୁଆରୀ ୨୮ ରେ ମଙ୍ଗଳବାର ଦିନ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତିକୁ ଉପଯୁକ୍ତ ପଦକ୍ଷେପ ବୋଲି କହିଥିଲେ। ସେ ଏନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରି କହିଥିଲେ ଯେ, କଣ୍ଡୋମ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଜୋ ବାଇଡେନ ପ୍ରଶାସନ ୫ କ‌ୋଟି ଡଲାର (ପ୍ରାୟ ୪,୩୨,୯୪,୯୯,୧୩୦ ​​ଭାରତୀୟ ଟଙ୍କା) ଜାରି କରିଥିଲେ।

ଲେଭିଟ ଗଣମାଧ୍ୟମକୁ କହିଥିଲେ ଯେ, ଟ୍ରମ୍ପଙ୍କ ସହାୟକ ଏଲନ୍ ମସ୍କଙ୍କ ନେତୃତ୍ୱରେ ନୂତନ ଭାବରେ ସୃଷ୍ଟି ହୋଇଥିବା ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଏବଂ ପରିଚାଳନା ତଥା  ବଜେଟ୍ କାର୍ଯ୍ୟାଳୟ ଜାଣିବାକୁ ପାଇଛି ଯେ, ପ୍ରାୟ ୫ କୋଟି ଡଲାରର ଟିକସଦାତାଙ୍କ ଟଙ୍କା ଗାଜାରେ କଣ୍ଡୋମ ପାଇଁ ଖର୍ଚ୍ଚ ହେବାକୁ ଯାଉଛି। ସେ ଆହୁରି କହିଛନ୍ତି, 'ଏହା କରଦାତାମାନଙ୍କ ଅର୍ଥର ଏକ ଅପଚୟ।

ତେଣୁ, ଏହି ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଟିକସଦାତାଙ୍କ ଟଙ୍କାକୁ ଭଲ ଭାବରେ ପରିଚାଳନା କରିବା। ରାଷ୍ଟ୍ରପତି ଟ୍ରମ୍ପ ଯେତେବେଳେ ପ୍ରତିବନ୍ଧକ ଜାରି କରନ୍ତି ସେତେବେଳେ ଜନସାଧାରଣଙ୍କର  ଭଲ ଉପରେ  ଗୁରୁତ୍ବପ୍ରଦାନ କରିଥାନ୍ତି।

ତେବେ ଗାଜାରେ କଣ୍ଡୋମ କାର୍ଯ୍ୟକ୍ରମ ବନ୍ଦ କରିବାର ଆଉ ଏକ କାରଣ  ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲକୁ ଟାର୍ଗେଟ କରିବା ପାଇଁ କଣ୍ଡୋମ ବ୍ୟବହାର କରୁଛନ୍ତି।

ଅଧିକ ପଢ଼ନ୍ତୁ: ଗୋଟାଏ ଦିନରେ ସନ୍ଥ କେମିତି ହୋଇଗଲେ? ପ୍ରଶ୍ନ କଲେ ବାବା ରାମଦେବ

ଜେରୁଜେଲମ୍ ପୋଷ୍ଟର ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ଆତଙ୍କବାଦୀମାନେ ଇସ୍ରାଏଲର ଦକ୍ଷିଣରେ କଣ୍ଡୋମ ବେଲୁନ୍ ଦ୍ବାରା ବିସ୍ଫୋରକ ସାମଗ୍ରୀ ନେବା ଆଣିବା ଆରମ୍ଭ କରିଥିଲେ । ବିସ୍ଫୋରକ ସାମଗ୍ରୀ ସହିତ ଲାଗିଥିବା କଣ୍ଡୋମ ବେଲୁନ୍ ସ୍କୁଲ ପଡିଆ, କ୍ଷେତ ଏବଂ ରାଜପଥରେ ପଡି ବିସ୍ଫୋରଣ ହୋଇ ବହୁ ଲୋକଙ୍କୁ ଆହତ କରିଥିଲା।

ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଏଲନ୍ ମସ୍କ କଣ୍ଡୋମ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ଟ୍ରମ୍ପଙ୍କ ଜଣେ ସହଯୋଗୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ମୋର ଅନୁମାନ କଣ୍ଡୋମ ଲାଗି ଖର୍ଚ୍ଚ ହେଉଥିବା ଅର୍ଥ  ହମାସର ପକେଟକୁ ଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ଟଙ୍କା ପ୍ରକୃତରେ କଣ୍ଡୋମ ପାଇଁ ଖର୍ଚ୍ଚ ହୋଇଛି, ତଥାପି ଆମେ ଆମେରିକୀୟ ଟିକସଦାତାଙ୍କ ଟଙ୍କା ବିଦେଶୀମାନଙ୍କୁ କଣ୍ଡୋମ କିଣିବା ପାଇଁ ପଠାଇବା ଉଚିତ୍ ନୁହେଁ।

ଅଧିକ ପଢ଼ନ୍ତୁ: ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଉଥିଲେ ସାବଧାନ ! ଜଳ ସାଜିପାରେ ଜହର, ହୃଦୟ ପାଇଁ ହାନିକାରକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe