ଆଚରଣ ବିଧି ଉଲ୍ଲଂଘନ ମାମଲା: ମୋଦୀଙ୍କୁ ଆଉ ୨ଟି ମାମଲାରେ କ୍ଲିନ୍‌ଚିଟ୍‌

Advertisment
ଆଚରଣ ବିଧି ଉଲ୍ଲଂଘନ ମାମଲା: ମୋଦୀଙ୍କୁ ଆଉ ୨ଟି ମାମଲାରେ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ କମିସନ ଆଉ ୨ଟି ମାମଲାରେ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ଚିତ୍ରଦୁର୍ଗାରେ ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣ ସଂପର୍କରେ ଉଲ୍ଲେଖ କରିବା ସହ ବାଲାକୋଟ୍‌ ବିମାନ ଆକ୍ରମଣର ‘ହିରୋ’ମାନଙ୍କ ଉଦ୍ଦେଶ୍ୟ ଯୁବ ଭୋଟ୍‌ରମାନେ ସେମାନଙ୍କ ଭୋଟ୍‌ ଦେବାକୁ ଆହ୍ବାନ ଦେଇଥିଲେ। ଏପ୍ରିଲ ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବିରୋଧରେ କଂଗ୍ରେସ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲା। ଏହି ମାମଲାରେ ମୋଦୀଙ୍କୁ କ୍ଲିନ୍‌ଚିଟ୍‌ ମିଳିଥିବା ବେଳେ ଏପ୍ରିଲ ୨୩ରେ ଭୋଟ୍‌ ଗ୍ରହଣ ଦିନ ପ୍ରଧାନମନ୍ତ୍ରୀ ଅହମଦାବାଦରେ ରୋଡ୍‌ ସୋ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା। ତେବେ ଉଭୟ ମାମଲାରେ ଦମ୍‌ ନାହିଁ ବୋଲି ଦର୍ଶାଇ ନିର୍ବାଚନ କମିସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଲିନ୍‌ଚିଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଛି ରାସ୍ତା ଖୋଲା ଜିପ୍‌ରେ ଯିବାକୁ ରୋଡ୍‌ ସୋ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe