ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ମିଳନୀ ଆଜି

Advertisment
୨୦୨୫ ସୁଦ୍ଧା ଓଡ଼ିଶା ହେବ ଡାଟା ସେଣ୍ଟର ହବ୍

odishanewsinsight.com

ଭୁବନେଶ୍ବର : ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଗୁରୁବାର ଦିନ ନୂଆଦିଲ୍ଲୀସ୍ଥିତ ପର୍ଯ୍ୟାବରଣ ଭବନରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ବୈଠକରେ କ୍ଷତିପୂରଣ ବନୀକରଣ ପାଣ୍ଠିର କାର୍ଯ୍ୟକାରିତା, ପ୍ରାକୃତିକ ଜଙ୍ଗଲ ପରିଚାଳନା, ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହେବ। କେନ୍ଦ୍ର ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ‌ଜାଭେଦକର ଏଥିରେ ଅଧ୍ୟକ୍ଷତା କରିବେ। ଓଡ଼ିଶା ପକ୍ଷରୁ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ସହ ବିଭାଗୀୟ ପ୍ରମୁଖ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ବନ ସଂରକ୍ଷକ ଉମା ନନ୍ଦୁରୀ ସମ୍ମିଳନୀରେ ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe