ଜେନେଭା: ବିଶ୍ବର ପ୍ରଥମ କରୋନା ଟିକା ଆସନ୍ତାକାଲିଠାରୁ ରୁଷ୍ରେ ଉପଲବ୍ଧ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ଟିକାର ସୁରକ୍ଷା ଦିଗକୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ଏବଂ ଟିକା ବାବଦ ଗବେଷଣା ତଥ୍ୟର ବ୍ୟାପକ ସମୀକ୍ଷା ଲୋଡ଼ା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି। ଏହି ଟିକା ମନୁଷ୍ୟ ପାଇଁ ଯେଭଳି ସର୍ବାଧିକ ନିରାପଦ ହୋଇପାରିବ ସେ ଦିଗରେ ଅଧିକ ତର୍ଜମା ପରେ ହିଁ ଏହାକୁ ‘ହୁ’ ଅନୁ ମୋଦନ କରିବ ବୋଲି ମୁଖପାତ୍ର ତାରିକ୍ ଜସ୍ରାଭିକ୍ କହିଛନ୍ତି। ଏଥି ପାଇଁ ରୁଷ୍ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ କରୋନାଭୂତାଣୁ ବିରୋଧରେ ଲଢ଼ିବା ପାଇଁ ରୁଷ୍ ତିଆରି କୋଭିଡ୍ ଟିକା ‘ସ୍ପୁଟନିକ ଭି’ ସ୍ଥାୟୀ ରୋଗ ପ୍ରତିରୋଧ ଶକ୍ତି ଯୋଗାଇ ଦେବ। ଗାମେଲେୟା ଗବେଷଣା ଅନୁଷ୍ଠାନ ଏବଂ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି ଟିକା ପ୍ରସ୍ତୁତ ହୋଇଛି। ବିଶ୍ବରେ ଆଜି ସୁଦ୍ଧା ୧୬୫ଟି କମ୍ପାନି ଟିକା ପ୍ରସ୍ତୁତି ଦୌଡ଼ରେ ଥିବା ବେଳେ ସେଥିରୁ ୧୩୯ଟି ନୈଦାନିକ ପରୀକ୍ଷଣର ପୂର୍ବ ସ୍ଥିତିରେ ଅଛନ୍ତି। କେବଳ ୨୬ଟି ସଂସ୍ଥାର ଟିକାର ମାନବୀୟ ପରୀକ୍ଷଣ ହୋଇଛି। ସେଥିରୁ ୬ଟି କମ୍ପାନିର ଟିକା ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ପହଞ୍ଚିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us