ପାର୍କିଂ ସମସ୍ୟାକୁ ନେଇ ଅତିଷ୍ଠ: ସିଦ୍ଦରମେୟାଙ୍କ କାର୍‌ ଅଟକାଇ ସମସ୍ୟା ଜଣାଇଲେ ବରିଷ୍ଠ ନାଗରିକ

Advertisment
ପାର୍କିଂ ସମସ୍ୟାକୁ ନେଇ ଅତିଷ୍ଠ: ସିଦ୍ଦରମେୟାଙ୍କ କାର୍‌ ଅଟକାଇ ସମସ୍ୟା ଜଣାଇଲେ ବରିଷ୍ଠ ନାଗରିକ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବେଙ୍ଗାଲୁରୁ ବାସଭବନ ନିକଟରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍‌ ଅଟକାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସର୍ବଦା ଲୋକେ ଯିବା ଆସିବା କରି ଅନ୍ୟମାନଙ୍କ ପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିଥାନ୍ତି। ବରିଷ୍ଠ ନାଗରିକ ଜଣଙ୍କ ରାଗିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସୁଥିବା ଲୋକମାନେ ସମ୍ପୃକ୍ତ ଅଞ୍ଚଳର ସବୁ ସ୍ଥାନରେ ବେପରୁଆ ଭାବେ ଗାଡ଼ି ପାର୍କିଂ କରନ୍ତି। ଫଳରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟ ସେମାନଙ୍କ ଗାଡ଼ି ବାହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

publive-image

ଉକ୍ତ ବ୍ୟକ୍ତିଙ୍କ ନାଁ ନରୋତ୍ତମ। ସେ କହିଛନ୍ତି, ଗତ ୫ ବର୍ଷ ଧରି ଆମେ ଏଭଳି ବେପରୁଆ ପାର୍କିଂ ପାଇଁ ଅତିଷ୍ଠ ହୋଇଗଲୁଣି। ପଡ଼ୋଶୀଙ୍କ ଅଭିଯୋଗ ଶୁଣିବାପରେ ମୁଖ୍ୟମନ୍ତ୍ରୀ ତାଙ୍କ ସୁରକ୍ଷାକର୍ମୀଙ୍କୁ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରି ମାମଲାର ସମାଧାନ କରିବାକୁ କହିଥିଲେ। ମୁଖ୍ୟମନ୍ତ୍ରୀ ଏବେ ବି ସରକାରୀ ବଙ୍ଗଳାରେ ରହୁନାହାନ୍ତି। ସେ ବିରୋଧୀ ଦଳ ନେତାଭାବେ ଯେଉଁ ଘରେ ରହୁଥିଲେ ଏବେ ମଧ୍ୟ ସେହି ଘରେ ରହୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ‌ୟେଦୁରପ୍ପା ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବାସଭବନ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe