କଂଗ୍ରେସ ସିଇସି ବୈଠକ: ଆମେଥି, ରାୟବରେଲିରୁ ରାହୁଲ, ପ୍ରିୟଙ୍କା ଲଢିବା ନେଇ ଚର୍ଚ୍ଚା, ଚୂଡ଼ାନ୍ତ ନିଷ୍ପତ୍ତି ଖଡ଼ଗେ ନେବେ

କଂଗ୍ରେସ ସିଇସି ବୈଠକ: ଆମେଥି, ରାୟବରେଲିରୁ ରାହୁଲ, ପ୍ରିୟଙ୍କା ଲଢିବା ନେଇ ଚର୍ଚ୍ଚା, ଚୂଡ଼ାନ୍ତ ନିଷ୍ପତ୍ତି ଖଡ଼ଗେ ନେବେ

News85.in

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହା ସହ ନିର୍ବାଚନ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି । ସେପଟେ ୟୁପି ଆମେଥି ଓ ରାଏବରେଲିର ଦୁଇଟି ଆସନରେ ଏବେ ବି ଫସି ରହିଛି । ତେବେ ଏହି ଆସନରେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଆମେଥି ଓ ରାଏବରେଲି ଆସନକୁ କଂଗ୍ରେସର ପାରମ୍ପରିକ ଆସନ ବୋଲି ବିବେଚନା କରାଯାଏ, କିନ୍ତୁ ଗତଥର କଂଗ୍ରେସକୁ ଯେଉଁଭଳି ଭାବେ ଆମେଥି ଆସନ ହରାଇବାକୁ ପଡ଼ିଥିଲା, ଏଥର କୌଣସି ଭୁଲ ନ କରିବା ନେଇ ଦଳ ସମ୍ପୂର୍ଣ୍ଣ ସତର୍କ ରହିଛି।

ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ କୁ ନେଇ ଶନିବାର ସିଇସିଙ୍କ ବୈଠକ ବସିଥିଲା। ଏହି ବୈଠକରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ସଭାପତି ମଲ୍ଲିକାର୍ଜୁନ ଖଡଗେ, ସଲମାନ ଖୁର୍ସିଦ, କେସି ବେଣୁଗୋପାଳ, ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଏଥିରେ ଯୋଗ ଦେଇଥିଲେ। ବୈଠକରେ ସିଇସି ନେତାମାନେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରସ୍ତାବ ଦେଇଥିଲେ। ତେବେ ଦୀର୍ଘ ସମୟ ଧରି ଆଲୋଚନା ସତ୍ତ୍ୱେ ଉଭୟ ଆସନରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇପାରିନାହିଁ। ସିଇସି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ସଭାପତି ଖଡଗେ ନେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe