ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଅଧିକ କେନ୍ଦ୍ରୀୟ ବଳ ପଠାଇବାକୁ କଂଗ୍ରେସର ଦାବି

Advertisment
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଅଧିକ କେନ୍ଦ୍ରୀୟ ବଳ ପଠାଇବାକୁ କଂଗ୍ରେସର ଦାବି

radiff.com

ନୂଆଦିଲ୍ଲୀ: ଆସନ୍ତା ମାସ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି। ତେବେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ କେନ୍ଦ୍ର ସରକାର ୮୨୨ କମ୍ପାନୀ କେନ୍ଦ୍ରୀୟ ବଳ ଯୋଗାଇ ଦେଇଛନ୍ତି। ତେବେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅଧିକ କେନ୍ଦ୍ରୀୟ ବଳ ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧିରରଂଜନ ଚୌଧୁରୀ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଉକ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲବେଳେ ହିଂସା ଦେଖାଦେଇଥିଲା।

ପ୍ରାୟ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତହୋଇଥିଲେ। ପୋଡାଜଳା ଭଳି ଘଟଣା ଘଟିଥିଲା। ତେଣୁ ଉକ୍ତ ନିର୍ବାଚନ ପାଇଁ ଅଧିକ କେନ୍ଦ୍ରୀୟ ବଳ ଦରକାର। ନିବର୍ଚାନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜୀବ ସିହ୍ନା କେନ୍ଦ୍ରୀୟ ବଳକୁ କୌଶଳକ୍ରମେ ବ୍ୟବହାର କରିବା ଉଚିତ ବୋଲି ଲୋକସଭାରେ ଜଣେ କଂଗ୍ରେସ ନେତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe