ଉତ୍ତରପ୍ରଦେଶରେ ଉପନିର୍ବାଚନ ପାଇଁ କଂଗ୍ରେସ-ସପା ଆସନ ବୁଝାମଣା

Advertisment

ଉତ୍ତରପ୍ରଦେଶରେ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଓ ଏସପି ମଧ୍ୟରେ ଆସନ ବୁଝାମଣା ପାଇଁ ଫର୍ମୁଲା ସ୍ଥିର ହୋଇଛି। ଉପନିର୍ବାଚନରେ କଂଗ୍ରେସ ଦଳ ୨ଟି ବିଧାନସଭା ଆସନରେ ଲଢ଼ିବ ଏବଂ ସମାଜବାଦୀ ପାର୍ଟି ୭ଟି ବିଧାନସଭା ଆସନରେ ଲଢ଼ିବ।

ଉତ୍ତରପ୍ରଦେଶରେ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଓ ଏସପି ମଧ୍ୟରେ ଆସନ ବୁଝାମଣା ପାଇଁ ଫର୍ମୁଲା ସ୍ଥିର ହୋଇଛି। ଉପନିର୍ବାଚନରେ କଂଗ୍ରେସ ଦଳ ୨ଟି ବିଧାନସଭା ଆସନରେ ଲଢ଼ିବ ଏବଂ ସମାଜବାଦୀ ପାର୍ଟି ୭ଟି ବିଧାନସଭା ଆସନରେ ଲଢ଼ିବ।

sp-cong

ନୂଆଦିଲ୍ଲୀ: ନିକଟରେ ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ସହ ବିଭିନ୍ନ ରାଜ୍ୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଘୋଷଣା କରିଛନ୍ତି କମିଶନ । ଏହା ଅଧୀନରେ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଘୋଷଣା କରାଯାଇଛି। ବର୍ତ୍ତମାନ ୟୁପି ବିଧାନସଭାରେ ୧୦ଟି ଆସନ ଖାଲି ପଡ଼ିଥିବା ବେଳେ ମିଲକିପୁର ଆସନରେ ଉପନିର୍ବାଚନ ପାଇଁ କୌଣସି ଘୋଷଣା କରାଯାଇନାହିଁ। ଅନ୍ୟପକ୍ଷରେ ଏହି ଉପନିର୍ବାଚନ ପାଇଁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଆସନ ବୁଝାମଣା ଚୂଡ଼ାନ୍ତ କରିଛନ୍ତି।

ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶରେ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଓ ଏସପି ମଧ୍ୟରେ ଆସନ ବୁଝାମଣା ପାଇଁ ଫର୍ମୁଲା ସ୍ଥିର ହୋଇଛି। ଉପନିର୍ବାଚନରେ କଂଗ୍ରେସ ଦଳ ୨ଟି ବିଧାନସଭା ଆସନରେ ଲଢ଼ିବ ଏବଂ ସମାଜବାଦୀ ପାର୍ଟି ୭ଟି ବିଧାନସଭା ଆସନରେ ଲଢ଼ିବ। 

ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ଯେ ଉତ୍ତରପ୍ରଦେଶରେ ଆଗାମୀ ଉପନିର୍ବାଚନ ପାଇଁ କଂଗ୍ରେସ ଓ ଏସପି ମଧ୍ୟରେ ଆସନ ବୁଝାମଣା ପାଇଁ ଫର୍ମୁଲା ସ୍ଥିର ହୋଇଛି। ଉପନିର୍ବାଚନରେ କଂଗ୍ରେସ ଦଳ ୨ଟି ବିଧାନସଭା ଆସନରେ ଲଢ଼ିବ ଏବଂ ସମାଜବାଦୀ ପାର୍ଟି ୮ଟି ବିଧାନସଭା ଆସନରେ ଲଢ଼ିବ। ଗତ ମଙ୍ଗଳବାର ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୧୩ ରେ ୟୁପିର ସମସ୍ତ ୯ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ନଭେମ୍ବର ୨୩ରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହିତ ସମସ୍ତ ଆସନର ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe