ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Advertisment
ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : କେନ୍ଦ୍ର ରେଳ, ସୂଚନା-ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ୫୧ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛାରେ ମୋଦୀ କହିଛନ୍ତୀ ଶ୍ରୀ ବୈଷ୍ଣବ ଶାସନରେ ପ୍ରମୁଖ ଭିତ୍ତିଭୂମି ଢାଂଚା ସମ୍ବନ୍ଧିତ କ୍ଷେତ୍ରର ପରିବର୍ତ୍ତନ ପାଇଁ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ଆମର ଅନେକ ଲୋକଙ୍କର ଲାଭ ହେବ। ତାଙ୍କର ଦୀର୍ଘ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି। ଅପରପକ୍ଷେ, ଉକ୍ତ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କର ଭିଜନ ଅଦ୍ବିତୀୟ, ନିଉ ଇଣ୍ଡିଆ ପାଇଁ ଆପଣଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଅହରହ ପ୍ରୟାସ କରାଯିବ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe