ଉପରା‌ଷ୍ଟ୍ରପତିଙ୍କୁ ଅଭିନନ୍ଦନ

Advertisment
ମହାତ୍ମାଗାନ୍ଧୀ ଥିଲେ ମହାପୁରୁଷ, ମୋଦୀ ହେଉଛନ୍ତି ଯୁଗପୁରୁଷ : ଉପରାଷ୍ଟ୍ରପତି ଧନଖର

Image Courtesy of India Today

ନୂଆଦିଲ୍ଲୀ: ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ : ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜଗଦୀପ ଧନଖଡ଼ଙ୍କୁ ଶୁଭେଚ୍ଛା। ସମ୍ବିଧାନର ଆଦର୍ଶ ସଂରକ୍ଷକ ଭାବେ ଧନଖଡ଼ ସଫଳ ହେବେ ବୋଲି ମୋର ବିଶ୍ବାସ। ଧନଖଡ଼ଙ୍କ ଅଭିଜ୍ଞତା ଏବଂ ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ସେ ଗଭୀର ଭାବେ ବୁଝିଥିବାରୁ ରାଜ୍ୟସଭା ମଧ୍ୟ ଏହାଦ୍ବାରା ନିଶ୍ଚିତ ଭାବେ ଉପକୃତ ହେବ।

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ : ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଜଗଦୀପ ଧନଖଡ଼ଙ୍କୁ ଶୁଭେଚ୍ଛା। ସେ ଜଣେ ଅସାଧାରଣ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ହେବେ ବୋଲି ମୋର ବିଶ୍ବାସ।

ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ: ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜଗଦୀପ ଧନଖଡ଼ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛ‌ା ଏବଂ ଶୁଭକାମନା। ଚାଷୀ ପରିବାରରୁ ଉପରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଗଣତନ୍ତ୍ରରେ ପ୍ରତି ନାଗରିକଙ୍କ ବିଶ୍ବାସକୁ ସୁଦୃଢ଼ କରିବ।

ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ : ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜଗଦୀପ ଧନଖଡ଼ଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe