କଂଗ୍ରେସ-ଆପ୍‌ ମେଣ୍ଟ ପାଇଁ ପାୱାର ମଧ୍ୟସ୍ଥି

Advertisment
ଶରଦ ପାୱାରଙ୍କୁ ଆୟକର ନୋଟିସ୍‌

PTI

ନୂ୍ଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ- ଆପ୍‌ ମେଣ୍ଟକୁ ନେଇ ଲାଗିରହିଥିବା କନ୍ଦଳ ଛିଡ଼ୁନଥିବା ବେଳେ ଏହାର ସମାଧାନ ପାଇଁ ମଧ୍ୟସ୍ଥି ସାଜିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାୱାର। ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ଆପ୍‌-କ‌ଂଗ୍ରେସକୁ ଏକଜୁଟ୍‌ କରିବାରେ ଲାଗି ପଡ଼ିଛନ୍ତି ପାୱାର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବରିଷ୍ଠ ନେତା ମଲିକାର୍ଜୁନ ଖଡ଼ଗେ ଆଜି ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ମହାରାଷ୍ଟ୍ରରେ କଂଗ୍ରେସ ଏନ୍‌ସିପି ମେଣ୍ଟ ବାବଦରେ ଆସନ ବୁଝାମଣା ପାଇଁ ଏହି ବୈଠକରେ ଆଲୋଚନା ‌ହେବା ସହ ଦିଲ୍ଲୀରେ ଆପ୍‌ -କଂଗ୍ରେସ ମେଣ୍ଟ ପାଇଁ ମଧ୍ୟ ଶରଦଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆପ୍ ସହ ମେଣ୍ଟକୁ ବିରୋଧ କରୁଥିଲେ ହେଁ ଆଜି ପାୱାରଙ୍କ ହସ୍ତକ୍ଷେପ ପରେ ଶିଲା ତାଙ୍କ ନିଷ୍ପତ୍ତିରେ ୟୁଟର୍ନ କରିଛନ୍ତି। ତାଙ୍କ ବାସଭବନରେ ସହକର୍ମୀମାନଙ୍କ ସହ ଅନୁଷ୍ଠିତ ବୈଠକରେ ଆପ୍‌ ସହ ମେଣ୍ଟ ନେଇ ପୁର୍ନବିଚାର କରାଯାଇଥିବା ଜଣାପଡ଼ିଛି। ସେ ଆପ୍‌ ସହ ମେଣ୍ଟକୁ ବିରୋଧ କରୁଥିଲେ ହେଁ ଦଳର ହାଇକମାଣ୍ଡ୍‌ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ଶିଲା କହିଛନ୍ତି। ଅପରପକ୍ଷେ, ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ପାଇଁ କଂଗ୍ରେସ ବହୁ ସମୟ ନଷ୍ଟ କରିଦେଇଛି। ତେଣୁ ଏବେ ଆଉ ମେଣ୍ଟ ହେବାର ପ୍ରଶ୍ନ ଉଠୁନି ବୋଲି ଆପ୍‌ ନେତା ଗୋପାଳ ରାୟ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶିଲା ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଆପ୍‌-କଂଗ୍ରେସ ମେଣ୍ଟକୁ ତୀବ୍ର ବିରୋଧ କରିଥିଲେ। ଆପ୍‌ ସହ ମେଣ୍ଟ ହେଲେ କଂଗ୍ରେସର ବହୁ କ୍ଷତି ହେବ ଏବଂ ଦୀର୍ଘ ଦିନ ଧରି ଏହି କ୍ଷତିକୁ ଭରଣା କରି‌ହେବନି ବୋଲି ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe