କଂଗ୍ରେସ-ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ନେଲା ଉଗ୍ରରୂପ; ସର୍ତ୍ତରେ ଖିଲାପ ହେଲେ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା କଂଗ୍ରେସ

Advertisment
କଂଗ୍ରେସ-ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ନେଲା ଉଗ୍ରରୂପ; ସର୍ତ୍ତରେ ଖିଲାପ ହେଲେ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା କଂଗ୍ରେସ

Republic World

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା- ଏନ୍‌ସିପି- କଂଗ୍ରେସ ମେଣ୍ଟ ସରକାର ଶାସନ କ୍ଷମତାରେ ଶହେ ଦିନ ପୂରଣ କରୁ କରୁ କଂଗ୍ରେସ ଓ ଶିବସେନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି କନ୍ଦଳ। କିଛି ଦିନ ତଳୁ କେତେକ ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଏବେ ଉଗ୍ର ରୂପ ନେଇଛି। ପରିସ୍ଥିତି ଏମିତି ହୋଇଛି ଯେ କଂଗ୍ରେସ ଆଜି ଶିବସେନାକୁ ଚେତାବନୀ ଦେଇ ଧର୍ମ ନିରପେକ୍ଷତାକୁ ଅଗ୍ରାଧିକାର ଦେବାସହ ସମ୍ବିଧାନର ସୀମା ସରହଦ ମଧ୍ୟରେ ରହି ମଳିତ ସରକାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ମାଗିଛି। ନଚେତ କଂଗ୍ରେସ ମିଳିତ ସରକାର ଠାରୁ ପ୍ରତ୍ୟାହାର କରିନେବାକୁ କୁଣ୍ଠିତ ହେବ ନାହିଁ ବୋଲି ଧମକ ଦେବାକୁ ସୁଦ୍ଧା ପଛାଇ ନାହିଁ।
ଖୋଦ୍‌ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଠାରୁ ଏହି ଲିଖିତ ପ୍ରତିଶ୍ରୁତି ମଗା ଯାଇଥିବା କହିଛନ୍ତି କଂଗ୍ରେସ ନେତା ଅଶୋକ ଚଭନ। କଂଗ୍ରେସ ନେତା ଅଶୋକ ଚଭନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବାବେଳେ ବର୍ତ୍ତମାନର ମେଣ୍ଟ ସରକାରରେ ନିକଟ ଅତୀତରେ ପୂର୍ତ୍ତ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କଂଗ୍ରେସ ନେତା ଶ୍ରୀ ଚଭନ କହିଛନ୍ତି ଯେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ନେତୃତ୍ୱାଧୀନ ସରକାର ଯଦି କୌଣସି ପ୍ରକାର ସମ୍ବିଧାନ ବିରୋଧୀ କାର୍ଯ୍ୟକରେ ତେବେ ସଙ୍ଗେସଙ୍ଗେ ଆମେ ଆମର ସମର୍ଥନକୁ ପ୍ରତ୍ୟାହାର କରିନେବୁ।

publive-image Times Now

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସାବରକର ପ୍ରସଙ୍ଗ ଠାରୁ ଆରମ୍ଭ କରି ସମ୍ବିଧାନ ସଂଶୋଧନ ବିଲ୍‌କୁ ଶିବସେନାର ନିରବ ସମର୍ଥନ ଓ ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‌ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଶିବସେନା ମଧ୍ୟରେ ତୁତୁମେଁମେଁ ଆରମ୍ଭ ହେବା ସହ ଶୀତଳ ଯୁଦ୍ଧ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe