ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କଲା କଂଗ୍ରେସ। ଏଆଇ ଭିଡିଓ ସେୟାର କରି ନିଜର ଅସଲ ଚେହେରା ଦେଖାଇଥିଲା ଦଳ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କଲା ଭଳି ଏକ AI ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହାକୁ ସେୟାର କରିଛି କଂଗ୍ରେସ। ଭିଡିଓରେ ପ୍ରଧାନମନ୍ତ୍ରୀ ସୁଟ୍ ବୁଟ୍ ପିନ୍ଧି ଚା’ ବିକିବାକୁ ଯାଉଥିବା ଦେଖାଯାଇଛି। 

Advertisment

କଂଗ୍ରେସ ନେତ୍ରୀ ରାଗିଣୀ ନାୟକ କରିଛନ୍ତି ବିବାଦୀୟ ଟ୍ବିଟ୍

ଭିଡିଓରେ ପ୍ରଧାନମନ୍ତ୍ରୀ ଗୋଟାଏ ହାତରେ କେଟଲୀ ଓ ଅନ୍ୟ ହାତରେ ଚା’ କପ୍ ଧରିଥିବା ଦେଖାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ବିଜେପି ଭିଡିଓ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ, ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ପାଇଁ ଏଭଳି କିଭଳି କରିପାରିଲା ବୋଲି ପ୍ରଶ୍ନ କରିଛି। ଏହି ଭିଡିଓଟି କଂଗ୍ରେସ ନେତ୍ରୀ ରାଗିଣୀ ନାୟକଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି।

ଭାରତର ଲୋକମାନେ କଂଗ୍ରେସକୁ ଉଚିତ୍ ଶିକ୍ଷା ଦେବେ: ବିଜେପି

ବିଜେପି ଏଆଇ ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପମାନ ବୋଲି ବିବେଚନା କରିଛି ଏବଂ କଂଗ୍ରେସକୁ କଡ଼ା ଜବାବ ଦେଇଛି। ବିଜେପିର ଜାତୀୟ ମୁଖପାତ୍ର ସି.ଆର. କେଶବନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "କଂଗ୍ରେସର ଏହି ଲଜ୍ଜାଜନକ ଟ୍ୱିଟ୍ କଂଗ୍ରେସ ନେତୃତ୍ୱର ବିକୃତ ମାନସିକତାକୁ ପ୍ରକାଶ କରୁଛି। କଂଗ୍ରେସର ଏହି ଘୃଣ୍ୟ ଟ୍ୱିଟ୍ ୧.୪ ବିଲିୟନ ପରିଶ୍ରମୀ ଏବଂ ଯୋଗ୍ୟ ଭାରତୀୟଙ୍କ ପ୍ରତି ଏକ ଗମ୍ଭୀର ଅପମାନ ଏବଂ ଓବିସି ସମ୍ପ୍ରଦାୟ ଉପରେ କଂଗ୍ରେସର ସିଧାସଳଖ ଆକ୍ରମଣ। କଂଗ୍ରେସ ନେତୃତ୍ୱ ଏବଂ ରାହୁଲ ଗାନ୍ଧୀ ଏହି ସତ୍ୟକୁ ଘୃଣା କରନ୍ତି ଯେ, ଭାରତର ଲୋକମାନେ ନିରନ୍ତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଶୀର୍ବାଦ କରୁଛନ୍ତି ଏବଂ ଭୋଟ୍ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ମାଧ୍ୟମରେ ଏତେ ଦୂର ଆସିଛନ୍ତି। ଦେଶବାସୀ ଅହଂକାରୀ ଏବଂ ସୁବିଧାବାଦୀ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। କଂଗ୍ରେସ ଦଳ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସ୍ୱର୍ଗତଃ ମାଆଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ଭାରତର ଲୋକମାନେ କଂଗ୍ରେସକୁ ଉଚିତ୍ ଶିକ୍ଷା ଦେବେ।"

ଆହୁରି ପଢ଼ନ୍ତୁ: Good News for India: ପୁଟିନଙ୍କ ଗସ୍ତ ପୂର୍ବରୁ ରୁଷରୁ ଭାରତ ପାଇଁ ଆସିଲା ଖୁସି ଖବର