ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ-ବିଜେପି ହାତ ମିଳାଇଲେ

Advertisment

ଗେହଲଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ୨ ବିଟିପି ବିଧାୟକ

ଗେହଲଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ୨ ବିଟିପି ବିଧାୟକ

ବିଜେପି ଚାଲ୍‌ରେ ଭୁଶୁଡ଼ୁଛି କଂଗ୍ରେସର ଦୁର୍ଗ, ୭ ବର୍ଷରେ ୯ ସରକାରର ପତନ

MyNation

ଜୟପୁର : ରାଜସ୍ଥାନରେ ଆଂଚଳିକ ଦଳ ବିଟିପି (ଭାରତୀୟ ଟ୍ରାଇବାଲ୍ ପାର୍ଟି)କୁ ଡୁଙ୍ଗାରପୁର ଜିଲ୍ଲା ପରିଷଦରେ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଏବଂ ବିଜେପି ହାତ ମିଳାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସର ସବୁ ସଭ୍ୟ ସମର୍ଥନ ଦେଇଛନ୍ତି। ଡୁଙ୍ଗାରପୁରର ୨୭ଟି ଜିଲ୍ଲା ପରିଷଦ ଆସନରେ ୧୩ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଟିପି ସମର୍ଥନ କରିଥିବା ବେଳେ ସେମାନେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷେ ବିଜେପି ଏବଂ କଂଗ୍ରେସ ଯଥାକ୍ରମେ ୮ ଏବଂ ୬ଟି ଆସନରେ ବିଜୟୀ ହୋଇଥିଲେ। ଗୁରୁବାର ଅପରାହ୍ନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ସ୍ଥାନୀୟ କଂଗ୍ରେସ ନେତାମାନେ ବିଜେପି ନେତା ସୂର୍ଯ୍ୟ ଅହାରିଙ୍କୁ ଜିଲ୍ଳା ପ୍ରମୁଖ ଭାବେ ନିର୍ବାଚିତ କରିବାପାଇଁ ବିଜେପି ସହ ହାତ ମିଳାଇଲେ। ଅହାରି ବିଜେପି-କଂଗ୍ରେସ ସମର୍ଥନରେ ୧୪ ଭୋଟ୍‌ ପାଇଥିଲେ। କଂଗ୍ରେସ ନେତାଙ୍କ ଏଭଳି ଆଭିମୁଖ୍ୟରେ କ୍ଷୁବ୍ଧ ବିଟିପି ଆଜି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛି।

ଚଳିତ ବର୍ଷ ଆସ୍ଥା ଭୋଟ୍‌ ସମୟରେ ଗେହଲଟ୍‌ ସରକାରକୁ ସମର୍ଥନ କରିଥିବା ୨ ଜଣ ବିଟିପି ( ଭାରତୀୟ ଟ୍ରାଇବାଲ୍‌ ପାର୍ଟି) ବିଧାୟକ ସରକାରରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ବିଟିପି ବିଧାୟକ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସେମାନଙ୍କୁ ସମର୍ଥନ କରିନାହିଁ। ରାଜସ୍ଥାନରେ ୪,୩୭୧ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ ବିଜେପି ଅଧିକ ଆସନରେ ବିଜୟୀ ହୋଇଛି। ସର୍ବମୋଟ୍‌ ୪,୩୭୧ ନିର୍ବାଚନମଣ୍ଡଳୀରୁ ବିଜେପି ୧୮୧୨ଟିରେ ଜିତିଥିବାବେଳେ କଂଗ୍ରେସ ୧୬୯୫ ନିର୍ବାଚନମଣ୍ଡଳୀରେ ଜିତିଛି। ଗତ ଅଗଷ୍ଟରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ବିଦ୍ରୋହ କରିବା ସମୟ‌ରେ ସରକାର ସଙ୍କଟରେ ଥିଲା। ଏହି ସମୟରେ ୨ ବିଟିପି ବିଧାୟକ ସରକାରକୁ ସମର୍ଥନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe